www.samajalive.in
Tuesday, December 9, 2025
26.1 C
Bhubaneswar

ପାଞ୍ଚ ବର୍ଷରେ ସମ୍ପୂର୍ଣ୍ଣ ହୋଇଛି ୨୬ଲକ୍ଷ ପକ୍କାଘର

ଭୁବନେଶ୍ବର: ରାଜ୍ୟରେ ଗତ ୫ବର୍ଷରେ ୨୬ଲକ୍ଷ ୧୮ହଜାର ୪୯୭ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପ୍ରାୟ ୫୭, ୨୫୭ ଭୂମିହୀନ ପରିବାର ପକ୍କାଘର ପାଇବା ଅପେକ୍ଷାରେ ଅଛନ୍ତି। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମୀଣ ଗୃହ ନିର୍ମାଣ ସଂକ୍ରାନ୍ତ ଏକ ବୈଠକରୁ ଏହି ସୂଚନା ମିଳିଛି। ପକ୍କା ଘର ପାଇବା ପାଇଁ ଅପେକ୍ଷାରତ ସମସ୍ତ ଭୂମିହୀନ ପରିବାରକୁ ଘରଡ଼ିହ ଯୋଗାଇବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି।

ଭୂମିହୀନ ଗରିବ ପରିବାରକୁ ପକ୍କା ଘର ଯୋଗାଣ ଯୋଜନାର ମୌଳିକ ଲକ୍ଷ୍ୟ। ଆବଶ୍ୟକ ପଡ଼ିଲେ ଏଥିପାଇଁ ପ୍ରଚଳିତ ନିୟମରେ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ଏବଂ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ।

- Advertisement -

ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦେଓରଂଜନକୁମାର ସିଂହ ପକ୍କା ଘର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଥିଲେ ଯେ ଗ୍ରାମୀଣ ଗୃହଯୋଗାଣ ପାଇଁ ପ୍ରସ୍ତୁତ ତାଲିକାରେ ୫୭,୨୫୭ ଭୂମିହୀନ ପରିବାର ଅଛନ୍ତି। ଏଥିମଧ୍ୟରୁ ଚଳିତ ମାସ ସୁଦ୍ଧା ୮,୦୬୯ପରିବାରକୁ ଘରଡ଼ିହ ଯୋଗାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ୨୦୧୪-୧୫ ଆର୍ଥିକ ବର୍ଷଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୨୬,୧୮,୪୯୭ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କା ଘରେ ପରିଣତ କରାଯାଇପାରିଛି। ଚଳିତବର୍ଷ ଅଧିକ ୮,୦୬,୩୨୯ ଗରିବ ପରିବାରକୁ ପକ୍କା ଘର ଯୋଗାଣ ନିମନ୍ତେ ସରକାର ଲକ୍ଷ୍ୟଧାର୍ୟ୍ୟ କରିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ପର୍ୟ୍ୟନ୍ତ ୩,୫୭,୪୦୮ ପରିବାରଙ୍କ ଗୃହ ନିର୍ମାଣ କାର୍ୟ୍ୟ ଚାଲିଛି। ଅବଶିଷ୍ଟ ପରିବାରଙ୍କ ମଧ୍ୟରେ ଭୂମିହୀନ ପରିବାର ଅଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories