www.samajalive.in
Monday, December 15, 2025
24.1 C
Bhubaneswar

ଷ୍ଟାରଲିଙ୍କ ଉପଗ୍ରହ ଧ୍ବଂସ ପାଇବ ଏବଂ ପୃଥିବୀ ପୃଷ୍ଠକୁ ଖସିବ

ୱାଶିଂଟନ: ସ୍ପେଶ୍‌ଏକ୍ସ ଦ୍ବାରା ମହାକାଶକୁ ପଠାଯାଇଥିବା ୨୦ଟି ଷ୍ଟାରଲିଙ୍କ ଉପଗ୍ରହ ଧ୍ବଂସ ପାଇବ ଏବଂ ପୃଥିବୀ ପୃଷ୍ଠକୁ ଖସିବ ବୋଲି କମ୍ପାନୀ ସ୍ପଷ୍ଟ କରିଦେଇଛି। ଏହା କହିଛି ଯେ, ସେଗୁଡିକ ମହାକାଶରେ କକ୍ଷପଥରେ ଅବସ୍ଥାପିତ କରାଯିବା ସମୟରେ ତ୍ରୁଟି ଘଟିବାରୁ ନୂଆକରି ପଠାଯାଇଥିବା ଏହି ଉପଗ୍ରହଗୁଡିକ ଧ୍ବଂସ ପାଇବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ଫାଲ୍‌କନ ୯ ରକେଟର ଦ୍ବିତୀୟ ପର୍ଯ୍ୟାୟ ଇଞ୍ଜିନ ତାହାର ଗୁରୁତ୍ବପୂର୍ଣ୍ଣ ଦ୍ବିତୀୟ ପର୍ଯ୍ୟାୟ ଉଡାଣ ଆରମ୍ଭରେ ବିଫଳ ହୋଇଥିଲା।

ସେହି କାରଣରୁ ଉପଗ୍ରହଗୁଡିକ ତାହାର ଧାର୍ଯ୍ୟ ଉଚ୍ଚତାରୁ ଯଥେଷ୍ଟ କମ୍‌ ଉଚ୍ଚତାରେ ମହାକାଶରେ ଅବସ୍ଥାପିତ ହୋଇଥିଲା। ଫଳରେ ସେଗୁଡିକ ତିଷ୍ଠି ରହିବା ଏକପ୍ରକାର ଅସମ୍ଭବ ହୋଇପଡିଛି। ସ୍ପେଶ୍‌ଏକ୍ସ ପକ୍ଷରୁ କୁହାଯାଇଛି, ଏହାର ନିୟନ୍ତ୍ରଣ କକ୍ଷ ସେଥିମଧ୍ୟରୁ ୧୦ଟି ଉପଗ୍ରହ ସହିତ ଯୋଗାଯୋଗ କରିବାକୁ ସମର୍ଥ ହୋଇଛି ଏବଂ ସେଗୁଡିକରେ ଥିବା ଆୟନ ଥ୍ରଷ୍ଟରକୁ ବ୍ୟବହାର କରି ସେଗୁଡିକର ଉଚ୍ଚତା ବୃଦ୍ଧି କରିବା ପ୍ରୟାସ କରିଛି। କିନ୍ତୁ ସେଥିରୁ ବିଶେଷ ସଫଳତା ମିଳିପାରିନାହିଁ। ତାହାର କାରଣ ଉପଗ୍ରହଗୁଡିକ ଏବେ ଭୂପୃଷ୍ଠରୁ ମାତ୍ର ୧୩୫ କିଲୋମିଟର ଉଚ୍ଚତାରେ ରହିଛି ଏବଂ ସେଠାରୁ ସେଗୁଡିକୁ ଅଧିକ ଉଚ୍ଚତାକୁ ନେବା ସମ୍ଭବପର ନୁହେଁ।

- Advertisement -

ଅବଶ୍ୟ ଉକ୍ତ ଉପଗ୍ରହଗୁଡିକ ଭୂପୃଷ୍ଠ ଉପରିସ୍ଥ ବାୟୁମଣ୍ଡଳକୁ ପ୍ରବେଶ କରିବା ପରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେଗୁଡିକ ଜନସାଧାରଣ ଅଥବା ଅନ୍ୟ ଉପଗ୍ରହ ପ୍ରତି କ୍ଷତି ପହଞ୍ଚାଇବ ନାହିଁ ବୋଲି ସ୍ପେଶ୍‌ଏକ୍ସ ସ୍ପଷ୍ଟ କରିଛି। କମ୍ପାନୀର ସିଇଓ ଏଲନ ମସ୍କ ଏହି ବିଷୟକୁ ସାମାଜିକ ଗଣମାଧ୍ୟମରେ ସ୍ବୀକାର କରି କହିଛନ୍ତି, ସେମାନେ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ଉପଗ୍ରହଗୁଡିକୁ ସୁରକ୍ଷା ଦିଆଯାଇପାରିଲା ନାହିଁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories