www.samajalive.in
Monday, December 8, 2025
27.1 C
Bhubaneswar

ୟୁଥ୍ ଫର୍ ଭିଲେଜ୍‌କୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼-୨୦୨୪

ଗଞ୍ଜାମ: ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଭଳି ଏକ ନିପଟ ମଫସଲ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ବେଚ୍ଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ମାନ। ରକ୍ତଦାନ, ବୃକ୍ଷରୋପଣ, ଯୁବ ନେତୃତ୍ବ ଓ ବ୍ୟକ୍ତିତ୍ୱର ବିକାଶ, ସ୍ବାସ୍ଥ୍ୟ, ଶିକ୍ଷା, ସମୁଦ୍ର ବେଳାଭୂମି ସଫେଇ, ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା, ସ୍ବଚ୍ଛତା, ଶିଶୁ ପ୍ରତିଭା ଓ ପରିବେଶ ତଥା ଅସହାୟ ଓ ଅନଗ୍ରସର ଶ୍ରେଣୀର ଲୋକଙ୍କ ଅଧିକାର ପାଇଁ ୨୦୧୨ ମସିହାରୁ ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛି ଏହି ସଂଗଠନ। ସଂଗଠନର ଏହିଭଳି କାର୍ଯ୍ୟ ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ‘ୱି ଫର୍ ୟୁ’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼-୨୦୨୪ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ଡି ଦେବହରି ରେଡ୍ଡୀ, ସଭାପତି କୈଳାଶ ଚନ୍ଦ୍ର ସେଠୀ, ପୂର୍ବତନ ସଭାପତି ଚୈତନ୍ୟ ରେଡ୍ଡୀ, ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ,ବାଳକୃଷ୍ଣ ସାହୁ ଓ କୁନି ସ୍ବେଚ୍ଛାସେବୀ ଡି ବ୍ରିଶାଙ୍କ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି। ଏହି ସମ୍ବର୍ଦ୍ଧନା ପାଇବା ପରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଗ୍ରାମବାସୀ ସଂଗଠନକୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories