www.samajalive.in
Sunday, December 7, 2025
16.1 C
Bhubaneswar

ସଂଖ୍ୟାଧିକଙ୍କ ମତ, +୨ ପରୀକ୍ଷା ବାତିଲ ମେଧା ଚୟନ କ୍ଷେତ୍ରରେ ଅସଙ୍ଗତି ସୃଷ୍ଟି କରିବ

ସମାଜ ପୋର୍ଟାଲ୍ ସର୍ଭେରେ ମିଳିଲା ତଥ୍ୟ

ସମ୍ପ୍ରତି ରାଜ୍ୟ ସରକାର ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ କରିବା ପରେ +୨ ପରୀକ୍ଷା ମଧ୍ୟ ବାତିଲ କରିଛନ୍ତି। କେଉଁ ଆଧାରରେ +୨ ପିଲାଙ୍କ ଭବିଷ୍ୟତ ଗଠନ ହେବ, ସେ ନେଇ ଗତକାଲି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ସେହି କମିଟି ଆସନ୍ତା ୧୦ ଦିନ ମଧ୍ୟରେ କେଉଁ ଆଧାରରେ ପିଲାଙ୍କୁ ମାର୍କ ଦିଆଯିବ ସେ ନେଇ ସରକାରଙ୍କୁ ରିପୋର୍ଟ ଦେବ। ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ଠାରୁ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ସମାଜ ଲାଇଭ ପୋର୍ଟାଲ ପକ୍ଷରୁ ଏକ ଅନଲାଇନ ସର୍ଭେ କରାଯାଇଥିଲା। ଉଭୟ ପୋର୍ଟାଲ ଓ ପୋର୍ଟାଲର ଟ୍ୱିଟର କରାଯାଇଥିବା ସର୍ଭେରୁ +୨ ପରୀକ୍ଷା ବାତିଲକୁ ସହଜରେ ଗ୍ରହଣ କରାଯାଇନଥିବା ସ୍ପଷ୍ଟ ହୋଇଛି।

- Advertisement -

ସେହି ସର୍ଭେରେ ପ୍ରଶ୍ନ ରଖାଯାଇଥିଲା ଯେ, ଯୁକ୍ତ ଦୁଇ ପରୀକ୍ଷା ବାତିଲ ମେଧା ଚୟନ କ୍ଷେତ୍ରରେ ଅସଙ୍ଗତି ସୃଷ୍ଟି କରିବ କି? ଏଭଳି ପ୍ରଶ୍ନଟିଏ ସମସ୍ତଙ୍କ ମତାମତ ଜାଣିବା ପାଇଁ ଅତ୍ୟନ୍ତ ପ୍ରଯୁଜ୍ୟ ଥିଲା। କାରଣ +୨ ସ୍ତର ଜଣେ ଛାତ୍ରର ଜୀବନରେ କେବଳ ପରିବର୍ତ୍ତନ ଆଣେ ନାହିଁ, ବରଂ ଏହା ତାର ଭବିଷ୍ୟତ ଗଠନ ପାଇଁ ଏକ ମୂଲ୍ୟବାନ ପଥ ଚୟନ କରିବାରେ ସହାୟକ ହୋଇଥାଏ। ଯଦିଓ ସାରା ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଛି ଏବଂ ସେ ସମୟରେ ଜୀବନ ନିଶ୍ଚିତ ମୂଲ୍ୟବାନ କିନ୍ତୁ ପରୀକ୍ଷା ବାତିଲ ନ କରି ଆଉ କୌଣସି ବିକଳ୍ପ ଚିନ୍ତା କରାଯାଇ ପାରିଥାନ୍ତା କି?

ସମାଜ ଲାଇଭ ପୋର୍ଟାଲ ମଞ୍ଚରେ ୪୦.୬୬ ପ୍ରତିଶତ ପାଠକ ମତ ରଖିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ମେଧା ଚୟନ କ୍ଷେତ୍ରରେ ଅସଙ୍ଗତି ସୃଷ୍ଟି କରିବ ଯେତେବେଳେ କି ଟ୍ୱିଟର ମାଧ୍ୟମରେ ୭୯.୧ ପ୍ରତିଶତ ପାଠକ ଏହାକୁ ଗ୍ରହଣ କରିଛନ୍ତି। ସେହିପରି ପରୀକ୍ଷା ବାତିଲ ମେଧା ଚୟନ କ୍ଷେତ୍ରରେ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ବୋଲି ପୋର୍ଟାଲ ମାଧ୍ୟମରେ ୧୫.୯୭ ଏବଂ ଟ୍ୱିଟରରେ ୨୦.୩ ପ୍ରତିଶତ ପାଠକ ମତ ରଖିଥିବା ବେଳେ ଅନ୍ୟମାନେ କୌଣସି ମତାମତ ଦେଇନାହାନ୍ତି। ଯଦି ଏହି ମତାମତ ଆଧାରରେ ବିଚାର କରାଯାଏ, ତେବେ ଯେଉଁ ଆଧାରରେ ମୂଲ୍ୟାଙ୍କନ କଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମେଧା ଅନୁଯାୟୀ ଯେ ଫଳ ମିଳିବ ତାହା କହିବା ଏକ ପ୍ରକାର ଅସମ୍ଭବ। ୨୦୧୯ ଜୁଲାଇ ଓ ଅଗଷ୍ଟ ମାସରେ +୨ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ୫ମସ୍ୱରୂ କାମ ସମୟ ଶ୍ରେଣୀଗୃହ ଶିକ୍ଷାଦାନ ପାଇଥିବା ବେଳେ କଲେଜରେ ଗୋଟିଏ ମାତ୍ର ପରୀକ୍ଷା ଦେଇଛନ୍ତି ତେଣୁ ସେ କ୍ଷେତ୍ରରେ କେଉଁ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ। ଯଦି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍କକୁ ବିଚାରକୁ ନିଆଯାଏ, ସେ କ୍ଷେତ୍ରରେ ଏହା ଆହୁରି ଅସଙ୍ଗତି ସୃଷ୍ଟି କରିବ କାରଣ ମାଟ୍ରିକ ପରୀକ୍ଷା ପରେ +୨ ସ୍ତରରେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଘଟିଥାଏ ଏବଂ ପରିସଂଖ୍ୟାନ ଅନୁଯାୟୀ ୪୦ ପ୍ରତିଶତ ମଧ୍ୟମ ସ୍ତରର ଛାତ୍ରଛାତ୍ରୀ ଉପର ସ୍ତରକୁ ଉନ୍ନୀତ ହୋଇଥାନ୍ତି ଏବଂ ୨୦ ପ୍ରତିଶତ ତଳ ସ୍ତରକୁ ଆସିଥାନ୍ତି। ତେଣୁ ଏଭଳି କ୍ଷେତ୍ରରେ କେଉଁ ମାଧ୍ୟମର ମୂଲ୍ୟାଙ୍କନ ପଦ୍ଧତି ଠିକ ହେବ, ତାହା ବିଚାରଯୋଗ୍ୟ।

ଅନ୍ୟପକ୍ଷରେ କେତେଜଣ ଅଭିଭାବକ, ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ଜୁଲାଇ ମାସ ମଧ୍ୟ ଭାଗରେ ଯଦି ପ୍ରତ୍ୟେକ ବିଷୟରେ ମାତ୍ର ୩୦ ମାର୍କର ପରୀକ୍ଷା ୩ରୁ ୪ଦିନ ମଧ୍ୟରେ କରାଯାଇପାରନ୍ତା, ତେବେ ସେହି ଆଧାରରେ ମୂଲ୍ୟାଙ୍କନ କିଛିଟା ମେଧା ଚୟନରେ ଯୁକ୍ତି ସଂଗତ ହୋଇପାରନ୍ତା। ଏବେ ବିପିୟୁଟି ଓ ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଅନଲାଇନ ଜରିଆରେ ପରୀକ୍ଷା କରୁଥିବା ବେଳେ +୨ କ୍ଷେତ୍ରରେ ସେଭଳି ଉପାୟ ଆପଣାଇବା ନିମନ୍ତେ ସରକାରୀ ସ୍ତରରେ ଚେଷ୍ଟା କରାଯିବା ଉଚିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories