କରୋନାରେ ୨ ଶିଶୁକନ୍ୟା ମୃତ

ଭୁବନେଶ୍ୱର: କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦ୍‌ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା। ଅନ୍ୟ ଜଣେ କଟକ ଜିଲାର ୧୨ ଦିନର ଶିଶୁକନ୍ୟା, ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

 

Comments are closed.