www.samajalive.in
Tuesday, December 9, 2025
23.1 C
Bhubaneswar

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଆଜିଠୁ ୨୬ ତାରିଖ ମଧ୍ୟରେ ୨୦୨୮ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇବେ।

ବିଦ୍ୟାର୍ଥୀ ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ ଇନ୍‌ କରି ମେଧା ତାଲିକା ଦେଖିବା ସହ ଇଣ୍ଟିମେସନ୍‌ ଲେଟ୍‌ର ଡାଉନଲୋଡ୍‌ କରିପାରିବେ। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମର ବିଦ୍ୟାର୍ଥୀ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ଯେଉଁ ଶିକ୍ଷାନୁଷ୍ଠାନରୁ ଇଣ୍ଟିମେସନ୍‌ ଆସିଥିବ ସେଠାରେ ନାମ ଲେଖାଇବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ନାମ ନ ଲେଖାଇଲେ ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଉପର ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବାକୁ ପଡ଼ିବ।

- Advertisement -

ସେଥିପାଇଁ ବିଦ୍ୟାର୍ଥୀ ନାମ ଲେଖାଇବା ପରେ ଅନ୍‌ଲାଇନ୍‌ରେ ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ ଇନ୍‌ କରି ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ବିଦ୍ୟାର୍ଥୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ବିଦ୍ୟାର୍ଥୀ ଓ ଅଭିଭାବକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ୬ ଫୁଟ୍‌ ଦୂରତା ବଜାୟ ରଖିବେ। ଭିଡ଼ ଏଡ଼ାଇବା ପାଇଁ ଇଣ୍ଟିମେସନ୍‌ରେ ପ୍ରଦାନ କରାଯାଇଥିବା ସମୟରେ ଶିକ୍ଷାନୁଷ୍ଠାନ ଯିବେ ବିଦ୍ୟାର୍ଥୀ। କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) କପି ସହ ମାଟ୍ରିକ୍‌ ସାର୍ଟିଫିକେଟ୍‌, ମାର୍କସିଟ୍‌, ସ୍କୁଲ କଣ୍ଡକ୍ଟ ଓ ଲିଭିଙ୍ଗ ସାର୍ଟିଫିକେଟ୍‌ ସହ ଅନ୍ୟ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ ପଡ଼ିବ। ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories