www.samajalive.in
Sunday, December 7, 2025
23.1 C
Bhubaneswar

ସୋନିଆଙ୍କୁ ଭେଟିଲେ ଖଡ଼ଗେ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘନ ଘନ ବୈଠକ କରୁଛି। କେତେକ ରାଜ୍ୟରେ ସ୍ଥିତିରେ ସୁଧାର ଆଣିବାକୁ କଂଗ୍ରେସ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସର ନୂଆ କାର୍ଯ୍ୟ କମିଟିକୁ ନେଇ ଏହି ବୈଠକରେ ଆଲୋଚନା ହେବ। ସେହିପରି ଜୁନ ୨୯ରେ ଖଡ଼ଗେ ମଧ୍ୟ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମଲ୍ଲିକାର୍ଜୁନ ଖଡ଼ଗେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନୂଆ ଦଳର ନାମ ଚୂଡାନ୍ତ କରିପାରନ୍ତି। ଏହି ନୂତନ କାର୍ଯ୍ୟ କମିଟିରେ ଅନେକ ନୂତନ ନେତାଙ୍କ ନାମ ଯୋଡିହେବ ଏବଂ କେତେକ ନାମ ମଧ୍ୟ ବାଦ ଦିଆଯିବ ବୋଲି ଯାଇପାରେ। ଏଥର ଯୁବପିଢ଼ିଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ନୂତନ କାର୍ଯ୍ୟ କମିଟି ଘୋଷଣା କରାଯିବ ବୋଲି କୁହାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories