ଶୀତରେ ଖାଆନ୍ତୁ ଅଁଳା ଚଟଣି
ଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ମଧ୍ୟ ସେବନ କରି ହେବ । ତେବେ ଶୀତଦିନେ ଏହି ଚଟଣି ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ ।
ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅଁଳାରେ ଭିଟାମିନ-ସି ଓ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହା ଶରୀରରେ ହେଉଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ।
ପ୍ରସ୍ତୁତ ପ୍ରଣାଳୀ :
ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ। ତାପରେ ସେଥିରେ ଅଁଳାକୁ କାଟି ପକାନ୍ତୁ। ତାପରେ ସେଥିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ସାମାନ୍ୟ ଲୁଣ ଓ ଘିଅ ପକାଇ କିଛି ସମୟ ଭାଜନ୍ତୁ। ତାପରେ ପୁଦିନା ପତ୍ର ପକାଇ ୧ମିନିଟ ଭାଜି କାଢି ତାହାକୁ ଥଣ୍ଡା କରି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଁଳା ଚଟଣି।
Comments are closed.