www.samajalive.in
Sunday, December 7, 2025
26.1 C
Bhubaneswar

ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ସୋମବାର ଗିରଫ ହୋଇଛି। ଘଟଣାର ୨୨ ବର୍ଷ ପରେ ପରିଚୟ ବଦଳାଇ ପୁଣେରେ ରହୁଥିବା ବିବନକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍‍ ଭିତରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟବାପୀ ଜନଆକ୍ରୋଶ ଦେଖା ଦେଇଥିଲା। ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଘଟଣାରେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ସେ ସମୟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର୍‍ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିକୁ ୧୯୯୯, ଜାନୁଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ଏହାପରେ ୨୦୦୨, ଏପ୍ରିଲ୍‍ ୨୯ରେ ଖୋର୍ଦ୍ଧା ଜିଲା ଜଜ୍‍ ପ୍ରଦୀପ ଓ ଧୀରେନ୍ଦ୍ରକୁ ଆଜୀବନ ଜେଲ୍‍ ଦଣ୍ଡାଦେଶ ରାୟ ଶୁଣାଇଥିଲେ। ପ୍ରଦୀପର ମୃତ୍ୟୁ ହୋଇଥିବା ବେଳେ ଧୀରେନ୍ଦ୍ର ଏବେ ଜେଲରେ ଅଛି।

- Advertisement -

ଅପରପକ୍ଷରେ ବିବନ ବିଶ୍ୱାଳ ନିଜ ନାଁ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ପୁଣେ ଆମ୍ବି ଭ୍ୟାଲିରେ ରହି ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା। ପରିଚୟ ପତ୍ର, ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ ହିଁ କରିଥିଲା। ପୁଲିସ ପୁଣେରୁ ବିବନକୁ ଗିରଫ କରିଛି। ଦୀର୍ଘ ୨୨ ବର୍ଷ ପରେ ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ୍ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ।

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories