ମାଲିରେ ୧୪ ଆତଙ୍କବାଦୀ ନିହତ

0

ବାମାକୋ : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମାଲିର ରାଜଧାନୀ ବାମାକୋ ଠାରେ ପୁଲିସ ଗୁଳିରେ ଶୁକ୍ରବାର ୧୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକମାନେ ଜେଲ ଭାଙ୍ଗି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ମାଲି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ୨୦୧୨ରେ ଅଲ କାଏଦା ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଉତ୍ତର ମାଲିକୁ କବଜା କରିନେଇଥିଲେ। ତେବେ ୨୦୧୩ରେ ଫରାସୀ ସେନାର ସହାୟତାରେ ମାଲି ସରକାର ଆତଙ୍କବାଦୀଙ୍କ କବଜାରୁ ସେହି ଅଞ୍ଚଳକୁ ମୁକ୍ତ କରିଥିଲେ। ମାଲିରେ ବର୍ତ୍ତମାନ ଗୃହଯୁଦ୍ଧ ଲାଗିଥିବାବେଳେ କେତେକ ସ୍ଥାନରେ ଆତଙ୍କବାଦୀମାନେ ମଧ୍ୟ ସକ୍ରିୟ ରହିଛନ୍ତି।

Leave A Reply