www.samajalive.in
Sunday, December 7, 2025
14.1 C
Bhubaneswar

ବାଇକ – କାର ମୁହାଁମୁହିଁ ଧକ୍କା ; ଫାଣ୍ଡି ହାବିଲଦାର, ଗୃହରକ୍ଷୀ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ କଖାରୁ ଫାଳ ଠାରେ ବାଇକ ଏବଂ କାର ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଆଡେଣିଗଡ ଫାଣ୍ଡି ହାବିଲଦାର, ଗୃହରକ୍ଷୀ ରହିଛନ୍ତି। ଦୁର୍ଘଟଣା ଘଟିବା ପରେ ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଗ୍ରାମବାସୀ ଉତ୍ୟକ୍ତ ହୋଇ ୧ଘଣ୍ଟା ରାସ୍ତା ରୋକ କରିଥିଲେ । ଏସପିଙ୍କ ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା। ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ଜଣଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିଲା।
ସୂଚନାନୁସାରେ, ଫାଣ୍ଡି ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଏବଂ ଗୃହରକ୍ଷୀ ଟୁକୁନା ବେହେରା ଏକ ବାଇକ ଯୋଗେ ଚାରିଛକ ପଟୁ ଆଡେଣିଗଡକୁ ଯାଉଥିବା ସମୟରେ କଖାରୁଫାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆଡେଣିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଉଭୟଙ୍କୁ ବୌଦ୍ଧ ରେଫର କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ରୋକ କରିବା ସହ ସ୍ଥାନୀୟ ମେଡିକାଲରେ ଏକ ସ୍ଥାୟୀ ଆମ୍ବୁଲାନ୍ସ ଦେବା ପାଇଁ ଦାବି ରଖିଥିଲେ। ୧ଘଣ୍ଟା ରାସ୍ତା ରୋକ ପରେ ଘଟଣାସ୍ଥଳରେ ବୌଦ୍ଧ ଏସପି ରାଜ ପ୍ରସାଦ ଏବଂ ହରଭଙ୍ଗା ତହସିଲଦାର ଶିବାନୀ ଦାଶ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥାୟୀ ଆମ୍ବୁଲାନ୍ସ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories