www.samajalive.in
Saturday, December 6, 2025
26.1 C
Bhubaneswar

ମାଧପୁର ରେଞ୍ଜରେ ଅସୁରକ୍ଷିତ ବନ୍ୟପ୍ରାଣୀ ; ମଲେଣି ୨ ବାଘ, ଟେର ପାଉନି ବନ ବିଭାଗ..

ହରଭଙ୍ଗା: ସରକାର ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ଏହା ସହିତ ବନ୍ୟପ୍ରାଣୀଙ୍କ ତଦାରଖ ଏବଂ ଚଳପ୍ରଚଳ ଅନୁଧ୍ୟାନ ଦିଗରେ ମୋବାଇଲ ଟ୍ରାକିଂ ବ୍ୟବସ୍ଥା କରାଯାଇଛି। ଏହା ସତ୍ୱେ ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ୍ଜରେ କଲରାପତରିଆ ବାଘ ମୃତ୍ୟୁ ଘଟଣା ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଆଉ ଏକ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।

୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..

- Advertisement -

ଗତ ୨୫ତାରିଖରେ ଉକ୍ତ ରେଞ୍ଜର ବାରିଙ୍ଗ ସେକସନ ଅର୍ନ୍ତଗତ ପୋଢହଳ ସଂରକ୍ଷିତ ଜଙ୍ଗଲ କମ୍ପାଟଂମେଂଟ-୪ର କୋଇଲା ଢିପ ନାଳ ପାଶ୍ୱର୍ରୁ ବନବିଭାଗ ଗୋଟିଏ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରିଥିଲା। ମୃତ ବାଘର ମୁହଁ, ଛାତି, ପେଟ ସହିତ ଆଗ, ପଛ ଗୋଡ ୪ ଗୋଟି ପଚି ଯାଇଥିବା ଦେଖିବାକୁ ମିଳିଥିଲା। ମେଟାଲ ଡିଟେକ୍ଟର ସାହାଯ୍ୟରେ ମୃତଦେହ ସ୍କାନିଂ କରାଯାଇଥିଲା। ଏହା ସହିତ ବିଷକ୍ରିୟା ସନ୍ଦେହ କରି ସେ ଦିଗରେ ମଧ୍ୟ ତଦନ୍ତ କରାଯାଇଥିଲା। ମାତ୍ର ପ୍ରାଥମିକ ତଦନ୍ତରୁ ମୃତଦେହରୁ ମେଟାଲ ଡିଟେକ୍ଟର ସ୍କାନିଂ ପରେ ଗୁଳି, କିମ୍ବା କୌଣସି ଧାତବ ପଦାର୍ଥ ବାଘ ମୃତଦେହରୁ ଠାବ ହୋଇନଥିବା ଜଣା ପଡିଥିଲା। ବାଘ ମୃତ୍ୟୁର ୩ ସପ୍ତାହରୁ ଉଦ୍ଧ୍ୱର୍ ସମୟ ପରେ ବ୍ୟବଛେଦ ରିପୋର୍ଟ ଆସିନଥିବାରୁ ମୃତ୍ୟୁର କାରଣ ଜଣାପଡିନାହିଁ । ଅନ୍ୟପଟେ ଗତ କିଛି ଦିନ ତଳେ ଏସଟିଏଫ ଟିମ ଏକ ବାଘ ଚମଡା ଭୁବନେଶ୍ୱର ଅଂଚଳରୁ ଜବତ କରିଥିଲା । ଏହି ଘଟଣାର ଖୋଳତାଡ ପରେ ବାଘଟି ମାଧପୁର ଫରେଷ୍ଟ ରେଞ୍ଜର ବଦଲା ଫରେଷ୍ଟ କ୍ୱାର୍ଟରଠାରୁ ଦେଢରୁ ଦୁଇ କିଲୋମିଟର ଦୂରରେ ଶୀକାର କରାଯାଇଥିବା ଏସଟିଏଫ ଟିମ ଜାଣିବାକୁ ପାଇଥିଲା।

ଏସଟିଏଫ ଟିମ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ପୁର୍ନବାର ଉକ୍ତ ସେକସନରୁ ଆଉ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣା ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଅନେକ ପ୍ରଶ୍ନ ଛିଡା କରୁଛି । ଅନ୍ୟପଟେ ବନପାଳଙ୍କ ବଦଳି ପରେ ଏହି ରେଞ୍ଜରେ ହାତୀଙ୍କ ଅଧିକ ଚଳପ୍ରଚଳର ତଦାରଖ ଏବଂ ସୁରକ୍ଷା ଉପରେ ଆଉ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ବନ୍ୟପ୍ରାଣୀ ପିସିସିଏଫ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି ।

୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories