BJD Bijuli 480×75 Mob

୯ କିମି ଭାରରେ ବୁହାହେଲେ ମହିଳା ରୋଗୀ

BJD Bijuli 480×75 Mob
0

ବୈପାରିଗୁଡା: କିଛି ଦିନ ତଳେ ଜଣେ ଗର୍ଭବତୀ ମହିଳାଙ୍କୁ ୧୦ କିମି ଭାରରେ ବୋହି ଡାକ୍ତରଖାନାରେ ପହଁଚାଇବା ପରେ ସେ ଏକ ମୃତ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ମଙ୍ଗଳବାର ଏହିଭଳି ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି। ବୈପାରିଗୁଡାର ଦୁର୍ଗମ ଚିପାକୁର ଗ୍ରାମ ପଂଚାୟତ କୋଳଥଯୋଡି ଗ୍ରାମର ଜଣେ ରୋଗାକ୍ରାନ୍ତ ମହିଳାଙ୍କୁ ଡାକ୍ତରଖାନା ଆଣିବାକୁ ୯ କିମି ଭାରରେ ବୁହା ହୋଇଛି। ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ପରିବାର ଲୋକ ତାଙ୍କୁ ଭାରରେ ବୋହି ଆଣିଥିଲେ।
ଏହି ଗାଁକୁ ରାସ୍ତା ନ ଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ନିଯୁକ୍ତ ଆମ୍ବୁଲାନ୍ସ ଆସି ପାରି ନଥିଲା। ଗ୍ରାମକୁ ନିତି ଦିନିଆ ରାସ୍ତା ନାହିଁ। ମହିଳା ଜଣକ ଗ୍ରାମର ଚନ୍ଦ୍ର ଖରାଙ୍କ ସ୍ତ୍ରୀ ମୁଁଗି। ମୁଁଗି ରୋଗରେ କଷ୍ଟ ପାଉଥିବା ବେଳେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଏକ ଖଟରେ ଶୁଆଇ ଭାର କରି ରାମଗିରି ମେଡିକାଲକୁ ଆଣିଥିଲେ। ଖଟ ଉପରେ ଏକ ଛତା ଟାଙ୍ଗି ମହିଳାଙ୍କୁ ଅଣା ଯାଇଥିଲା। ଏଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରୀକ୍ଷାରୁ ଜଣାପଡିବା ପରେ ଜୟପୁର ପଠାଇ ଦିଆଯାଇଛି। ଉକ୍ତ ଗାଁକୁ ରାସ୍ତା ନଥିବାରୁ ଅନେକ ସମୟରେ ନାନା ଅସୁବିଧା ହେଉଥିବା ବେଳେ ତୁରନ୍ତ ସବୁ ଦିନିଆ ରାସ୍ତା କରିବାକୁ ଲୋକେ ଦାବି କରିଛନ୍ତି।

Leave A Reply