୪ଦିନ ଧରି ବନ୍ଦ ପଡ଼ିଛି ଦକ୍ଷିଣ କାଶ୍ମୀରକୁ ଟ୍ରେନ ଚଳାଚଳ

0

ଶ୍ରୀନଗର: ସୋମବାରକୁ ୪ଦିନ ଧରି ବନ୍ଦ ପଡ଼ିଛି ଦକ୍ଷିଣ କାଶ୍ମୀରକୁ ଟ୍ରେନ ଚଳାଚଳ। କାଶ୍ମୀର ଅଞ୍ଚଳରେ ସେନା ଓ ସୁରକ୍ଷାକର୍ମୀଙ୍କ ଉପରେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ଯୁବକଙ୍କୁ ଛାଡ଼ିବା ଦାବିରେ ଚାଲିଥିବା ଆନ୍ଦୋଳନ ପାଇଁ ଟ୍ରେନ ଚଳାଚଳରେ ଏଭଳି ବ୍ୟାଘାତ ଘଟିଛି। ଶୁକ୍ରବାର ଆନ୍ଦୋଳନକାରୀମାନେ ଅନନ୍ତନାଗ ଜିଲାରେ ଆନ୍ଦୋଳନ କରିଥିଲେ। ସେମାନେ ଟ୍ରେନ ଚଳାଚଳକୁ ବନ୍ଦ କରିବା ଉଦ୍ଦେଶ୍ୟରେ ରେଳ ଲାଇନରେ ଲାଗିଥିବା ଲୁହା ସାମଗ୍ରୀକୁ ଖୋଲି ନେଇଥିଲେ। ଅଦ୍ୟାବଧି ୯୩୦୦ଖଣ୍ଡ ଲୁହା ଯନ୍ତ୍ରାଶଂ ରେଳଲାଇନରୁ ଚୋରି ହୋଇଥିବା ରେଳବାଇ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply