www.samajalive.in
Monday, December 15, 2025
24.1 C
Bhubaneswar

୧୦/୧୧ ବିସ୍ଫୋରଣ ଘଟଣା; ଆଉ ୨ ଅଭିଯୁକ୍ତ ଗିରଫ, ଚାରି ଡାକ୍ତରଙ୍କ ହାଜତ ମିଆଦ ୧୦ ଦିନ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସ୍ବତନ୍ତ୍ର ଏନଆଇଏ ଅଦାଲତ ଶନିବାର ଚାରିଜଣ ଅଭିଯୁକ୍ତ ଡାକ୍ତର ମୁଜାମିଲ ସକିଲ, ସାହିନ ସୟିଦ, ମୁଫ୍‌ତି ଇର୍ଫାନ ଅହମ୍ମଦ ଓ ଆଦିଲ ଅହମ୍ମଦ ରାଠେରଙ୍କ ହାଜତ ମିଆଦକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି। ନଭେମ୍ବର ୨୯ ସୁଦ୍ଧା ପ୍ରଦାନ କରାଯାଇଥିବା ଦଶ ଦିନିଆ ହାଜତ ମିଆଦ ପୂରିଯିବା ପରେ ଏମାନଙ୍କୁ ପଟିଆଲା ହାଉସସ୍ଥିତ ଏନଆଇଏ ଅଦାଲତରେ ହାଜର କରାଯାଇଥିଲା। ଉପରୋକ୍ତ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ମୁଜାମିଲ, ସାହିନ ଓ ଆଦିଲ ଫରିଦାବାଦସ୍ଥିତ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ସହ ସଂପୃକ୍ତ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଉମର ନବି ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇ ସାରିଛି।

ଏନଆଇଏ ଅଧିକାରୀମାନେ ଇତିମଧ୍ୟରେ ସାହିନକୁ ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟ ପରିସରକୁ ନେଇ କେତେକ ପ୍ରସଙ୍ଗରେ ଜେରା କରିଥିବା ଜଣାପଡିଛି। ଆଗାମୀ ଦିନରେ ଗିରଫ ହୋଇଥିବା ସମସ୍ତ ସାତଜଣ ଅଭିଯୁକ୍ତଙ୍କ ଲକ୍ଷ୍ନୌ, କାନପୁର, ସାହାରନପୁର, ଫରିଦାବାଦ ଓ ଜାମ୍ମୁ-କାଶ୍ମୀର ନିଆଯିବାର ଯୋଜନା ରହିଛି। ଦିଲ୍ଲୀ ବିସ୍ଫୋରଣ ସହ ଏହି ସ୍ଥାନଗୁଡିକର ସମ୍ପର୍କ ରହିଥିବାରୁ ଅଧିକ ତଥ୍ୟ ମିଳିବ ବୋଲି ଏନଆଇଏ ଆଶା କରୁଛି। ଏନଆଇଏ ଅଧିକାରୀମାନେ ଇତିମଧ୍ୟରେ ସବୁ ଅଭିଯୁକ୍ତଙ୍କ ମୋବାଇଲ, ଲାପଟପ୍‌ ତଥ୍ୟକୁ ଯାଞ୍ଚ କରୁଛନ୍ତି। ସେଥିରୁ ଅଭିଯୁକ୍ତମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ କିମ୍ବା ବିସ୍ଫୋରଣକୁ କାର୍ଯ୍ୟକାରୀ କରିବାରେ କିଭଳି ରଣନୀତି ଅବଲମ୍ବନ କରିଥିଲେ, ତାହାର ସୁରାକ୍‌ ମିଳିପାରିବ।

- Advertisement -

ଅପରପକ୍ଷରେ ଏନଆଇଏ ପକ୍ଷରୁ ଶନିବାର ଉତ୍ତରାଖଣ୍ଡର ହଲଦିୱାନିରୁ ମହମ୍ମଦ ଆସିଫ୍‌ ଓ ନଜର କମଳ ନାମକ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆସିଫ ବିଲାଲି ମସଜିଦରେ ଇମାମ ଭାବେ ଦାୟିତ୍ବ ସମ୍ପାଦନ କରୁଥିବାବେଳେ କମଲ ତାଙ୍କୁ ସହାୟତା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଚଳିତମାସ ୧୦ରେ ଉମର ନବି ବିସ୍ଫୋରକ ବୋଝେଇ ହ୍ୟୁଣ୍ଡାଇ ଆଇ-୨୦ କାର୍‌କୁ ଦିଲ୍ଲୀର ଲାଲକିଲା ନିକଟରେ ବିସ୍ଫୋରଣ ଘଟାଇବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫରିଦାବାଦସ୍ଥିତ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟାର ନାଭିକେନ୍ଦ୍ର ପାଲଟିଛି। ଏହି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ସିଦ୍ଦିକୀ ଗିରଫ ହୋଇସାରିଥିବାବେଳେ ଆଇଏମ୍‌ସି ପକ୍ଷରୁ ବିଶ୍ବବିଦ୍ୟାଳୟର ପଞ୍ଜୀକରଣକୁ ରଦ୍ଦ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories