www.samajalive.in
Monday, December 15, 2025
14.1 C
Bhubaneswar

ସୋନିଆ ଏବଂ ରାହୁଲଙ୍କ ବିରୋଧରେ ଏତଲା

ସମାଜ ଲାଇଭ ଡ଼େସ୍କ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନ୍ୟାସନାଲ ହେରାଲ୍ଡ ମାମଲାରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଆଉ ଏକ ଏତଲା ଦାୟର କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଅନୁଯାୟୀ ଆର୍ଥିକ ଠକେଇ କାରବାର ମାମଲାରେ ରାହୁଲ ଓ ସୋନିଆଙ୍କ ବିରୁଦ୍ଧରେ ଏତଲା ହୋଇଥିଲା । ଯାହା ରାଜନୈତିକ ବିବାଦକୁ ତୀବ୍ର କରିଛି ।

ଇଡି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇ ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏତଲା ଦାୟର କରିଛି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା । ଗତ ଅକ୍ଟୋବର ୩ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା । ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୬୬(୨) ଅନୁଯାୟୀ ଦିଲ୍ଲୀ ପୁଲିସ ନିକଟରେ ଇଡିର ଅଭିଯୋଗ ପରେ ରାହୁଲ , ସୋନିଆଙ୍କ ସମେତ, ଛଅ ଜଣ ବ୍ୟକ୍ତି ଏବଂ ତିନୋଟି କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିଛି ପୁଲିସ । ଅନ୍ୟ ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା ଅଛନ୍ତି । କମ୍ପାନୀ ଗୁଡିକ ହେଲେ ,  ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ), ୟଙ୍ଗ୍ ଇଣ୍ଡିଆନ୍ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ । ପୂର୍ବ ତଦନ୍ତରେ କୋଲକାତାର ଏକ ଫାର୍ମ ଡୋଟେକ୍ସକୁ ଏକ ସେଲ୍ ସଂସ୍ଥା ଭାବରେ ବର୍ଣ୍ଣନା କରାଯାଇଛି ଯାହା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରମୁଖ ଅଂଶୀଦାର ଥିବା କମ୍ପାନୀ ୟଙ୍ଗ୍ ଇଣ୍ଡିଆନ୍ କୁ  ୧ କୋଟି ଟଙ୍କା ସ୍ଥାନାନ୍ତର କରିଥିଲା ।

- Advertisement -

ସେହିପରି ଅଭିଯୁକ୍ତମାନେ ଜାଲିଆତି ମାଧ୍ୟମରେ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସହିତ ଜଡିତ କମ୍ପାନୀ ଏଜେଏଲ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଏକ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗଗୁଡ଼ିକ ଏକ ସିରିଜ୍ ଆର୍ଥିକ କାରବାର ଉପରେ କେନ୍ଦ୍ରିତ , ଯାହା ମାଧ୍ୟମରେ ୟଙ୍ଗ୍ ଇଣ୍ଡିଆନ୍ କଂଗ୍ରେସ ଦଳକୁ ୫୦ଲକ୍ଷ ଟଙ୍କା ଦେଇ ଏଜେଏଲ ଉପରେ ନିୟନ୍ତ୍ରଣ ହାସଲ କରିଥିବା କୁହା ଯାଉଛି  ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories