www.samajalive.in
Monday, December 15, 2025
27.1 C
Bhubaneswar

ପାନ ଛେପ ସଫା ବାବଦରେ ଇଂଲଣ୍ଡରେ ବାର୍ଷିକ ୩୫ ଲକ୍ଷ ଖର୍ଚ୍ଚ

ଲଣ୍ଡନ: ‌ଇଂଲଣ୍ଡରେ ପାନ ଓ ଗୁଟଖାର ନାଲି ଛେପ ଏବେ ଚିନ୍ତାର କାରଣ ପାଲଟିଛି। ଏକ ରିପୋର୍ଟ ଅନୁସାରେ ଉତ୍ତର ଲଣ୍ଡନ କାଉନସିଲ୍ ରାସ୍ତା କଡ, ଦୋକାନ, ଘର କାନ୍ଥ ଆଦିରୁ ନାଲି ଦାଗ ଛଡାଇବା ପାଇଁ ବାର୍ଷିକ ୩୦ ହଜାର ପାଉଣ୍ଡ(ପ୍ରାୟ ୩୫ ଲକ୍ଷ ଟଙ୍କା) ଖର୍ଚ୍ଚ କରୁଛି। ଖାସ୍ କରି ଦକ୍ଷିଣ ଏସିଆ ସମୁଦାୟ ରହୁଥିବା ସ୍ଥାନମାନଙ୍କରେ ଏଭଳି ପରିସ୍ଥିତି ଉପୁଜୁଛି। ବ୍ରେଣ୍ଟ କାଉନସିଲ୍ ଏହାକୁ ନେଇ ଶୂନ୍ୟ ସହନଶୀଳତା ଆପଣାଇବା ଉପରେ ବିଚାର କରୁଛି।

କାଉନସିଲ୍ କହିବାନୁସାରେ ପାନ, ଗୁଟଖା ସ୍ବାସ୍ଥ୍ୟ ପ୍ରତି ହାନିକାରକ ସହ ଏହି ଦାଗ ଛଡାଇବା ପାଇଁ ଖର୍ଚ୍ଚ ମଧ୍ୟ ବଢୁଛି। କେବଳ ସେତିକି ନୁହେଁ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏହି ଦାଗ ସମ୍ପୂର୍ଣ୍ଣ ଛଡାଇବା ସହଜ ହେଉନି। ଏହି ସମସ୍ୟାର ସମାଧାନ ପାଇଁ କାଉନସିଲ୍ ଏକ ଉପାୟ ବାହାର କରିଛି। ଯେଉଁ ସ୍ଥାନମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଦେଉଛି ସେଠାରେ ବ୍ୟାନର ମାରିବା ସହ ପାଟ୍ରୋଲିଂ ଅଧିକାରୀ ମଧ୍ୟ ନିଯୁକ୍ତ ରହିବେ। ନିୟମ ନ ମାନିଲେ ଜଣକା ୧୦୦ ପାଉଣ୍ଡ(୧୨ ହଜାର ଟଙ୍କା) ଜୋରିମାନା ଆଦାୟ କରାଯିବ। କିଛି ମାସ ତଳେ କାଉନସିଲ୍ ୩୩ ଜଣଙ୍କଠୁ ଜୋରିମାନା ଆଦାୟ କରିବା ସହ ୪ ହଜାରରୁ ଅଧିକ ତମାଖୁ ପ୍ୟାକେଟ୍ ଜବତ କରିଥିଲା।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories