www.samajalive.in
Friday, December 5, 2025
23.1 C
Bhubaneswar

ଡିସେମ୍ବର ୧ରେ ଘଟଣାସ୍ଥଳକୁ ଯିବେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ତାମିଲନାଡୁ କରୁର ଦଳାଚକଟା ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିୟୋଜିତ ପ୍ୟାନେଲ୍ ୧ ଡିସେମ୍ବରରେ କରୁର ଗସ୍ତ କରି ଘଟଣାସ୍ଥଳରେ ୩ ଦିନ ନିରୀକ୍ଷଣ କରିବ। ଜଷ୍ଟିସ ଅଜୟ ରସ୍ତୋଗିଙ୍କ ନେତୃତ୍ବାଧୀନ ଏହି ପ୍ୟାନେଲ୍ ଘଟଣାସ୍ଥଳର ପ୍ରତି ସ୍ପଟର ଯାଞ୍ଚ କରିବ। ପ୍ୟାନେଲ୍ କରୁର ଜିଲା ପ୍ରଶାସନ ପାଇଁ ଏକ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ରାଲିକୁ ଅନୁମତି, ଭିଡ ନିୟନ୍ତ୍ରଣ ଏବଂ ଦଳାଚକଟା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରାଯିବ। ପ୍ୟାନେଲ ସିବିଆଇକୁ ସ୍ପଷ୍ଟ ଚେତାବନୀ ଦେଇଛି କି ଯାଞ୍ଚରେ କୌଣସି ବି ବାହ୍ୟ ପ୍ରଭାବକୁ ସ୍ବୀକାର କରାଯିବନି। ସୁପ୍ରିମକୋର୍ଟ ଏହି ମାମଲାର ସିବିଆଇ ଯାଞ୍ଚ ଆଦେଶ ଦେବା ସହିତ ଏକ ତିନି ସଦସ୍ୟ ବିଶିଷ୍ଟ ସମିତି ମଧ୍ୟ ନିଯୁକ୍ତ କରିଛନ୍ତି। ଏହି ସମିତି ତାମିଲନାଡୁ ସରକାରଙ୍କୁ ତୁରନ୍ତ ଏକ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ପତ୍ର ଲେଖିଛି। ଏହି ନୋଡାଲ ଅଧିକାରୀ ସମିତି, ସିବିଆଇ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବ।

ସୂଚନାଯୋଗ୍ୟ ଅଭିନେତା ତଥା ନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କଝଗମ୍(ଟିଭିକେ)ର ରାଲିରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ହେବା ସହିତ ୬୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସୁପ୍ରିମକୋର୍ଟ ୧୨ ଅକ୍ଟୋବରରେ ସିବିଆଇ ଯାଞ୍ଚ ଆଦେଶ ଦେଇଥିଲେ। ପରେ ଏଥିପାଇଁ ଏକ ପ୍ୟାନେଲ୍ ମଧ୍ୟ ନିୟୋଜିତ ହୋଇଥିଲା।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories