Patra electronics

ସୌମ୍ୟ ସବୁଠୁ ଧନୀ; ଅଚ୍ୟୁତ ଗରିବ

0

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ସହିତ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠ ଅନୁସାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ବୋଲି ସାବ୍ୟସ୍ତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କ ସମ୍ପତ୍ତି ଯଥେଷ୍ଟ କମ୍‌ ବୋଲି ଜଣାପଡ଼ିଛି। ସୌମ୍ୟରଞ୍ଜନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୮କୋଟି ୧୦ଲକ୍ଷ ୩୦ହଜାର ୩୯୨ଟଙ୍କା ଦର୍ଶାଯାଇଛି। ଏହାଛଡ଼ା ସେ ବିଭିନ୍ନ ବ୍ୟାଙ୍କରୁ ମୋଟ ୩କୋଟି ୭ଲକ୍ଷ ୩୫,୪୮୭ଟଙ୍କା ଋଣ କରିଥିବା ଦର୍ଶାଇଛନ୍ତି। ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାମରେ ୩କୋଟି ୩୭ଲକ୍ଷ ୮୭ହଜାର ୨୨୮ଟଙ୍କାର ସମ୍ପତ୍ତି ରହିଥିବାବେଳେ ୬୮ଲକ୍ଷ ୬୩ହଜାର ୨୨୯ଟଙ୍କାର ଋଣ ରହିଛି। ସୌମ୍ୟଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬କୋଟି ୫୭ଲକ୍ଷ ୫୫,୩୯୨ଟଙ୍କା ହୋଇଥିବାବେଳେ ପତ୍ନୀ ସୁଦତ୍ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୨୫ଲକ୍ଷ ୭,୨୨୮ଟଙ୍କା। ସୌମ୍ୟଙ୍କ ନିକଟରେ ଯଥାକ୍ରମେ ୬କୋଟି ୨୨ହଜାର ୬୧୭ ଓ ୩୬ଲକ୍ଷ ୩,୬୨୩ ଟଙ୍କା ଏବଂ ପତ୍ନୀଙ୍କ ନାମରେ ଯଥାକ୍ରମେ ୧୨ଲକ୍ଷ ୭୫ହଜାର ଓ ୨୧ଲକ୍ଷ ୫୭,୯୫୨ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସୌମ୍ୟ ତାଙ୍କ ଆୟକର ରିଟର୍ଣ୍ଣରେ ବାର୍ଷିକ ୨୫ଲକ୍ଷ ୬୬ହଜାର ୭୧୭ ଟଙ୍କାର ଆୟ ଦର୍ଶାଇଥିବାବେଳେ ପତ୍ନୀଙ୍କ ଆୟ ୧୫ଲକ୍ଷ ୩୩ହଜାର ୫୮ଟଙ୍କା ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସୌମ୍ୟଙ୍କ
ପାଖରେ ମାତ୍ର ୩୭ହଜାର ୧୬୨ଟଙ୍କା ଓ ପତ୍ନୀଙ୍କ ହାତରେ ୨୫ହଜାର ଟଙ୍କା ରହିଛି। ସୌମ୍ୟଙ୍କର ୬ଟି ସଞ୍ଚୟ ଖାତା ଓ ଗୋଟିଏ ସ୍ଥାୟୀ ଜମା ଖାତା ରହିଛି। ପତ୍ନୀଙ୍କର ମୋଟ ତିନିଟି ଜମା ଖାତା ରହିଛି। ସେମାନଙ୍କ ଉପରେ କେହି ନିର୍ଭରଶୀଳ ନଥିବା ସୌମ୍ୟ ଦର୍ଶାଇଛନ୍ତି। ଅପରପକ୍ଷରେ ସୌମ୍ୟଙ୍କ ନାମରେ ବିଭିନ୍ନ ଅଦାଲତରେ ମୋଟ ୧୯ଟି ମାମଲା
ରହିଥିବାବେଳେ ଗୋଟିକରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ସତ୍ୟପାଠରୁ ଜଣାପଡ଼ିଛି।
ଦ୍ୱିତୀୟ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦଙ୍କ ବାର୍ଷିକ ଆୟ ୩ଲକ୍ଷ ୫୫ହଜାର ୧୩୦ଟଙ୍କା ବୋଲି ତାଙ୍କ ଆୟକର ରିଟର୍ଣ୍ଣ ଫାଇଲ୍‌ରେ ଦର୍ଶାଯାଇଛି। ପ୍ରଶାନ୍ତଙ୍କ ପତ୍ନୀ ରୁବି ନନ୍ଦଙ୍କ ଆୟ ୨ଲକ୍ଷ ୯୮ହଜାର ୭୮୧ ଦର୍ଶାଯାଇଛି। ପ୍ରଶାନ୍ତଙ୍କ ହାତରେ ଏବେ ୧ଲକ୍ଷ ୮୩ହଜାର ୭୦୦ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୬୦ହଜାର ୯୨୦ ଟଙ୍କା ରହିଛି। ପ୍ରଶାନ୍ତଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୯ଲକ୍ଷ ୨୦ହଜାର ୭୮୩ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୦ଲକ୍ଷ ଟଙ୍କା। ପତ୍ନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨କୋଟି ୮୬ଲକ୍ଷ ଟଙ୍କା ରହିଛି। ପ୍ରଶାନ୍ତଙ୍କ ନାମରେ ଗୋଟିଏ ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି।
ତୃତୀୟ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ବାର୍ଷିକ ଆୟ ୨୯ଲକ୍ଷ ୧୦ହଜାର ୯୮୮ଟଙ୍କା ବୋଲି ତାଙ୍କ ଆୟକର ରିଟର୍ଣ୍ଣରେ ଦର୍ଶାଯାଇଛି। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୪ଲକ୍ଷ ୧୨ହଜାର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୮୩ହଜାର ୭୧୪ଟଙ୍କା ବୋଲି ଜଣାପଡ଼ିଛି। ତାଙ୍କ ପାଖରେ ଏବେ ମାତ୍ର ୧୮ହଜାର ୫୦୦ଟଙ୍କା ଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଉଭୟ ପ୍ରଶାନ୍ତ ଓ ଅଚ୍ୟୁତଙ୍କର କୌଣସି ଋଣ ନଥିବା ସେମାନେ ଦର୍ଶାଇଛନ୍ତି।
ରାଜ୍ୟସଭାରେ ଏନ୍‌. ଭାସ୍କର ରାଓ ଓଡ଼ିଶାର ସବୁଠୁ ଧନୀ ସାଂସଦ ବିବେଚିତ ହୋଇଛନ୍ତି। ୨୦୧୬ ମେ’ ୩୦ରେ ଶ୍ରୀ ରାଓ ପ୍ରାର୍ଥôପତ୍ର ଦାଖଲ ସମୟରେ ପ୍ରଦାନ କରିଥିବା ସତ୍ୟପାଠ ଅନୁଯାୟୀ ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୨୯କୋଟି ୮୪ଲକ୍ଷ ଟଙ୍କା। ଏହାଛଡ଼ା ତାଙ୍କ ପତ୍ନୀଙ୍କ ନାମରେ ଥିବା ସମ୍ପତ୍ତିର ମୂଲ୍ୟ ଥିଲା ୨କୋଟି ୬୯ଲକ୍ଷ ଟଙ୍କା। ସେ ଦୃଷ୍ଟିରୁ ନିର୍ବାଚିତ ହେଲା ପରେ ଅଚ୍ୟୁତ ସାମନ୍ତ ହେବେ ସବୁଠୁ ଗରିବ ସାଂସଦ।

Leave A Reply