ସୁନ୍ଦର ହସର ଶତ୍ରୁ ହେଲେ ଏସବୁ ଖାଦ୍ୟ

0

ରୂପ ଯେଡ଼େ ସୁନ୍ଦର ହେଲେ ମଧ୍ୟ ମନଖୋଲା ହସଟିଏ ହିଁ ସମସ୍ତଙ୍କ ମନ ଜିଣି ନେଇଥାଏ। ଆଜିକାଲି ମୁକ୍ତା ଭଳି ଦାନ୍ତ ନିମନ୍ତେ ବଜାରରେ ବିଭିନ୍ନ ନାମୀ କମ୍ପାନୀର ଦାନ୍ତଘଷା ପେଷ୍ଟ ମିଳୁଛି। ତେବେ କେତୋଟି ଖାଦ୍ୟ ନିୟମିତ ଖାଇଲେ ଆପଣ ଯେତେ ସଚେତନ ହେଲେ ମଧ୍ୟ ଦାନ୍ତ ହଳଦିଆ ପଡ଼ିବା ସହ ଦୁର୍ବଳ ହୋଇଥାଏ।
ସେଥିରୁ ପ୍ରଥମ ଖାଦ୍ୟଟି ହେଲା ହ୍ବାଇଟ୍ ବ୍ରେଡ୍। ନିୟମିତ ଏହା ଖାଉଥିବା ଲୋକେ ଟୋଷ୍ଟ କରି କିମ୍ବା ଭାଜି ଖାଇବା ଉଚିତ। ବ୍ରେଡ୍ ଖାଇବା ପରେ ତୁରନ୍ତ ଭଲଭାବେ କୁଳି କରିବା ଆବଶ୍ୟକ। ଯଦି ଏପରି ନ କରୁଥାନ୍ତି, ତେବେ ଏଥିରେ ଥିବା ତତ୍ତ୍ବ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ରିଫାଇନ୍‌ଡ୍ ମଇଦାରେ ପ୍ରସ୍ତୁତ ଏହି ବ୍ରେଡ୍ ଖାଇଲାବେଳେ ଦାନ୍ତରେ ଲାଗିଯାଏ। ଅନେକ ଏହା ସଫା କରିବାକୁ ଧ୍ୟାନ ଦିଅନ୍ତି ନାହିଁ। ପରେ ଉପରୋକ୍ତ କାରଣରୁ ବିଭିନ୍ନ ସମସ୍ୟା ଉପୁଜିଥାଏ। ବ୍ରେଡ୍‌କୁ ବଟର ସହ କିମ୍ବା ଜାମ୍ ସହ ମଧ୍ୟ ଖାଇପାରିବେ। ହେଲେ କୁଳି କରିବାକୁ ଯେପରି ନ ଭୁଲିବେ
ଦ୍ବିତୀୟ ହେଲା, ଚକୋଲେଟ୍। କ୍ୟାଡବୋରୀ ହେଉ କିମ୍ବା ଖଟା-ମିଠା ଚକୋଲେଟ୍ ପିଲାମାନେ ଏସବୁ ଠାରୁ ଦୂରେଇ ରହିବା ଭଲ। ଅଭିଭାବକମାନେ ଏ ଦିଗ ପ୍ରତି ସଚେତନ ରୁହନ୍ତୁ। କେତେପ୍ରକାର ଚକୋଲେଟ୍ ପିଲାଙ୍କ ଦାନ୍ତରେ ଲାଖି ରହିଯାଏ, ସେମାନେ ଏହାକୁ ବାହାର କରିପାରନ୍ତି ନାହିଁ। ପରେ ଏହି କାରଣରୁ ସେମାନଙ୍କ ଦାନ୍ତ ସମସ୍ୟା ଉପୁଜିବା ସହ ଦାନ୍ତ ମେଲା ହୋଇଯାଏ। ପିଲାମାନେ ନିୟମିତ ଏହି ଚକୋଲେଟ୍ ଖାଇଲେ ସେମାନଙ୍କ ଦାନ୍ତ ଦୁର୍ବଳ ହୋଇଯାଏ। ଏଣୁ ସେମାନଙ୍କୁ ଏହାର ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଇବା ଉଚିତ।

kalyan agarbati
Leave A Reply