www.samajalive.in
Sunday, December 7, 2025
23.1 C
Bhubaneswar

ସିମି କାର୍ଯ୍ୟକଳାପ ଉପରେ ନଜର ରଖିବ ରାଜ୍ୟ

ନୂଆଦିଲ୍ଲୀ: ବେଆଇନ୍‍ ଘୋଷିତ ସିମି ସଂଗଠନ ଦ୍ୱାରା ଯେକୌଣସି କାର୍ଯ୍ୟକଳାପ ଓ ପାଣ୍ଠିର ବ୍ୟବହାରକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରିଛନ୍ତି। ସିମି ସଂଗଠନ ଉପରେ ନିଷେଧାଜ୍ଞାକୁ ଆଉ ପାଞ୍ଚ ବର୍ଷ ସଂପ୍ରସାରଣ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ କହିଛି, ସିମି ଦ୍ୱାରା ବେଆଇନ୍‍ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରାନଗଲେ ତାହା ଉପରେ କାର୍ୟ୍ୟାନୁଷ୍ଠାନ ଜାରି ରଖାଯିବ। ମନ୍ତ୍ରଣାଳୟ କହିଛି, ଏହି ସଂଗଠନ ଏହାର କର୍ମୀମାନଙ୍କୁ ପୁର୍ନସଂଗଠିତ କରିପାରେ ଓ ସେମାନେ ଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ନଷ୍ଠ କରିପାରନ୍ତି। ସିମି ସଂଗଠନ ଜଡ଼ିତ ଥିବା ୫୮ଟି ମାମଲାର ମନ୍ତ୍ରଣାଳୟ ତାଲିକା ପ୍ରସ୍ତୁତ କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଭାରତର ଏକତା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟ ସିମି ଦ୍ୱାରା କରାଯାଉଛି। ବିଜ୍ଞପ୍ତିରେ ପୁଣି କୁହାଯାଇଛି, ସିମି ସଂଗଠନକୁ ଏକ ବେଆଇନ୍‍ ସଂଗଠନ ଭାବେ ଘୋଷଣା କରିବା ଅତ୍ୟନ୍ତ ଜରୁରି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories