www.samajalive.in
Saturday, December 6, 2025
16.1 C
Bhubaneswar

ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୁରୀ : ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ମଙ୍ଗଳବାର ବ୍ରହ୍ମପୁର ଗସ୍ତରେ ଯାଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। ପରିଚାଳନା କମିଟିର ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଆଇନ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ କାରଣରୁ ପୂର୍ବରୁ ୪ଥର ଧାଡ଼ି ଦର୍ଶନ ବ୍ୟବସ୍ଥା ସ୍ଥଗିତ ରଖାଯାଇଥିଲା। ଗତ ଅକ୍ଟୋବର ୯ରେ ମନ୍ତ୍ରୀ ଘୋଷଣା କରିଥିଲେ ଯେ, କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ନୂତନ ବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଏହାପରେ ଜାନୁଆରୀ ୨୦କୁ ଘୁଞ୍ଚା ଯାଇଥିଲା। ଏହାପରେ ପୁଣି ତାରିଖ ପରିବର୍ତ୍ତନ କରି ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା।
ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ବରୁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର ହୋଇ ଅନ୍ୟତ୍ର ସ୍ଥାପନର ନିୟମ ରହିଛି। ହୁଣ୍ଡି ସ୍ଥାନାନ୍ତର ପାଇଁ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ। ପରିଚାଳନା କମିଟି ଅନୁମୋଦନ ପରେ ତାହା ରାଜ୍ୟ ସରକାରଙ୍କ ସ୍ବୀକୃତି ପାଇଁ ପଠାଯିବ। ସରକାରଙ୍କ ସ୍ବୀକୃତି ପରେ ହୁଣ୍ଡି ସ୍ଥାନାନ୍ତର ହୋଇପାରିବ। ଏହାପରେ ଧାଡ଼ି ଦର୍ଶନ ପାଇଁ ନିର୍ମାଣ ହୋଇଥିବା ରାମ୍ପ୍‌ ନାଟ ମଣ୍ଡପରେ ସ୍ଥାପନ ହୋଇପାରିବ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୩ରୁ ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହୋଇସାରିଛି। ପ୍ରାୟ ୭ମାସ ହେଲା ବିନା ପରିଚାଳନା କମିଟିରେ ଶ୍ରୀମନ୍ଦିରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି। ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ରାଜ୍ୟ ସରକାର ଏ ସମ୍ପର୍କରେ ଅବଗତ ହେବା ପରେ ଆଗାମୀ ସପ୍ତାହରେ ଶ୍ରୀମନ୍ଦିରର ବିଭିନ୍ନ ଦୈନଦିନ ନୀତିକାନ୍ତି ସହ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପରିଚାଳନା କମିଟି ଗଠନର ସବୁଜ ସଙ୍କେତ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories