www.samajalive.in
Tuesday, December 9, 2025
15.1 C
Bhubaneswar

ବିବାଦ ସମାଧାନ କରିବାକୁ ଯାଇ ଛୁରା ମାଡ଼ ଖାଇଲେ ୨ କନଷ୍ଟେବଳ, ଜଣେ ଗୁରୁତର

କୋଇଡ଼ା: ବିବାଦର ସମାଧାନ କରିବାକୁ ଯାଇ ଟେନସା ଫାଣ୍ଡିର ୨ଜଣ କନଷ୍ଟେବଳ ଛୁରା ମାଡ଼ ଖାଇଲେ। ଝଗଡ଼଼ା ସମାଧାନ ପାଇଁ ଯାଇଥିବାବେଳେ ସେମାନଙ୍କୁ ଛୁରୀ ଭୁସିଦେଇଥିଲେ। ଉଭୟ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଉଭୟ କନଷ୍ଟେବଳଙ୍କୁ ଉଦ୍ଧାର ପରେ ପୁଲିସ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଟେନ୍‌‌ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଝଗଡ଼଼ା ଲାଗିଥିଲା। ଖବର ପାଇ ଝଗଡ଼଼ା ସମାଧାନ କରିବାକୁ ସେଠାକୁ ଯାଇଥିଲେ। ଉଭୟ ପରିବାର ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିବାବେଳେ ୨ କନଷ୍ଟେବଳଙ୍କୁ ସେମାନେ ଛୁରୀ ଭୁସି ଦେଇଥିଲେ। ଫଳରେ ଉଭୟ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories