www.samajalive.in
Monday, December 15, 2025
24.1 C
Bhubaneswar

ସରକାରୀ ବଙ୍ଗଳା ଛାଡିବାକୁ ୮ ପୂର୍ବତନ ମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ପାଟନା: ବିହାରର ପୂର୍ବତନ ମନ୍ତ୍ରୀଙ୍କୁ ଛାଡିବାକୁ ପଡ଼ିବ ସରକାରୀ ବଙ୍ଗଳା। ଏ ନେଇ ପାଟନା ହାଇକୋର୍ଟ ନିର୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ଗତବର୍ଷ ଭାରତୀୟ ଜନତା ପାର୍ଟି(ବିଜେପି) ଓ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଗଠବନ୍ଧନ ସରକାର ଗଠିତ ହୋଇଛି। ପରେ ଆରଜେଡି କୋଟାର ପୂର୍ବତନ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ପଠାଯାଇଥିଲା। ଆରଜେଡିର ପୂର୍ବତନ ମନ୍ତ୍ରୀଙ୍କ ଡାକବଙ୍ଗଳା ଖାଲି କରିବାକୁ ଭବନ ନିର୍ମାଣ ବିଭାଗ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୦ରେ ଜାରି କରାଯାଇଥିଲା। ବିଜେପି କୋଟାରେ ମନ୍ତ୍ରୀଙ୍କୁ ବଙ୍ଗଳା ଆବଣ୍ଟନ କରାଯିବାର ଥିଲା କିନ୍ତୁ ଆରଜେଡିର କୌଣସି ମନ୍ତ୍ରୀ ବଙ୍ଗଳା ଖାଲି କରି ନାହାଁନ୍ତି। ଆରଜେଡି କୋଟାରେ ୮ ଜଣ ପୂର୍ବତନ ମନ୍ତ୍ରୀ ଏଯାବତ ସରକାରୀ ବଙ୍ଗଳା ଖାଲି କରି ନାହାଁନ୍ତି, ୧୫ ଦିନ ଭିତରେ ନିଜର ନିଜର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories