ତ୍ରିପୁରା-ନାଗାଲାଣ୍ଡ-ମେଘାଳୟ ବିଧାନସଭା ନିର୍ବାଚନ: ଶନିବାର ଭୋଟ ଗଣତି

0

ନୂଆଦିଲ୍ଲୀ : ତ୍ରିପୁରା-ନାଗାଲାଣ୍ଡ-ମେଘାଳୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଶନିବାର ସକାଳେ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ୩ ରାଜ୍ୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ଗଣତି କେନ୍ଦ୍ର ନିକଟରେ କେନ୍ଦ୍ରୀୟ ସାମରିକ ପୁଲିସ ଫୋର୍ସ, ସିଆର୍‌ପିଏଫ୍‌ ତଥା ରାଜ୍ୟ ପୁଲିସକୁ ମୁତୟନ କରାଯାଇଛି। ଉଲ୍ଲେଖ ଯେ, ଫେବୃୟାରୀ ୧୮ରେ ତ୍ରିପୁରାରେ ଭୋଟ ଗ୍ରହଣ କରାଯାଇଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ଫେବୃୟାରୀ ୨୭ରେ ଭୋଟ ଗ୍ରହଣ କରାଯାଇଥିଲା।

Leave A Reply