www.samajalive.in
Saturday, December 6, 2025
26.1 C
Bhubaneswar

କୋଇଡ଼ାରେ ପଶିଲା ଏନଫୋର୍ସମେଣ୍ଟ ଟିମ୍

କୋଇଡ଼ା : ସୁନ୍ଦରଗଡ଼଼ ଜିଲାରେ ଚୋରାଚାଲାଣ ହେଉଛି ହଜାର ହଜାର କୋଟି ଟଙ୍କାର ବହୁ ମୂଲ୍ୟ ଖଣିଜ ସମ୍ପଦ। ଏ ନେଇ ଖବର ପ୍ରସାରଣ ହୋଇଆସୁଥିଲା। କୋଇଡ଼ାରେ ବେଧଡ଼କ ଭାବେ ଚୋରି ହେଉଥିଲା ମାଙ୍ଗାନିଜ ଖଣି। ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ପ୍ରଥମେ ତେଲେନଡିହି କୋଇଲା ଚୋରାଚାଲାଣ, ଗଚ୍ଛିତ ଅଞ୍ଚଳର ତଦନ୍ତ ପରେ ଆଜି ସେହି ୯ଜଣିଆ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ କୋଇଡ଼ାରେ ପହଞ୍ଚିଥିଲେ। ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବହୁମୂଲ୍ୟ ମାଙ୍ଗାନିଜ ଖଣି ଚୋରାଚାଲାଣ ଓ ଗଚ୍ଛିତ ଅଞ୍ଚଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମ୍‌ରେ ସହଯୋଗ କରିଥିଲେ କୋଇଡା ଖଣି ଉପନିର୍ଦେଶକ ଅସିତ କୁମାର ବେହେରା ଓ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ। କୋଇଡା ଖଣି ସର୍କଲର ମୁଟୁକୁଦର, ଗିଡେଇ, ଗଣୁଆ, ମାଲଦା, କଳମଙ୍ଗ, ପାନପୋଷିଆ, କେନାଭେଟା, ପାଟମୁଣ୍ଡା ଅଞ୍ଚଳରେ ପହଞ୍ଚି ବେଆଇନ ଖଣି, ଗଚ୍ଛିତ ଲୁହାପଥର କଞ୍ଚାମାଲ୍, ମାଙ୍ଗାନିଜ୍ ଆଦିର ଆକଳନ କରିବା ସହ ତଦନ୍ତ କରିଛନ୍ତି । ସୁନ୍ଦରଗଡ଼଼ ପରେ କୋଇଡ଼ାରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ଉ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories