www.samajalive.in
Tuesday, December 9, 2025
26.1 C
Bhubaneswar

ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀଙ୍କ ପାଇଁ ଖୋଲିଲା କରୋନା ସେବା କେନ୍ଦ୍ର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ‘ହୋଟେଲ ନିଉ ରକ୍ ବେ’ ଠାରେ ଏକ କରୋନା ସେବା କେନ୍ଦ୍ର ଖୋଲାଯାଇଛି। କରୋନା ପଜିଟିଭ ଚିହ୍ନିତ ସେବକ ଓ କର୍ମଚାରୀମାନେ ଏଠାରେ ରହି ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ହୋଇପାରିବେ। ଏଠାରେ ରହୁଥିବା ରୋଗୀମାନଙ୍କୁ ପାନ୍ଥ ନିବାସ ଦ୍ବାରା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। କୋରୋନା ପଜିଟିଭ ରୋଗୀମାନଙ୍କୁ ଆମ୍ବୁଲାନ୍ସଯୋଗେ କରୋନା କେନ୍ଦ୍ରକୁ ପଠାଇବା ଦାୟିତ୍ବ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଦିଆଯାଇଛି। ଏଥିପାଇଁ ହସ୍ପିଟାଲ ପକ୍ଷରୁ ସନ୍ତୋଷ ମିଶ୍ର ଏବଂ ଶ୍ରୀମନ୍ଦିର ପକ୍ଷରୁ ଅରୁଣ ରଞ୍ଜନ ପାଣିଗ୍ରାହୀ ଯୋଗାଯୋଗକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମସ୍ତ ସେବକ ଓ କର୍ମଚାରୀ ଯଦି ଏ ସମ୍ପର୍କୀୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହେଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରଶାସକ(ଉନ୍ନୟନ)ଙ୍କୁ ୯୯୩୭୩୪୮୫୦୬ ଫୋନ୍ ନମ୍ବରରେ ଯୋଗଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories