ରୋଗୀଙ୍କ ତଥ୍ୟ ସଂଗ୍ରହ କରୁଥିଲା ଫେସ୍‌ବୁକ୍‌

0

ସାନ୍‌ଫ୍ରାନ୍ସିକୋ, ରୋଗୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ଆରମ୍ଭ କରିଥିଲା ଫେସ୍‌ବୁକ୍‌ । କିନ୍ତୁ କ୍ୟାମ୍ବ୍ରିଜ୍‌ ଆନାଲିଟିକା ଡେଟା ପ୍ରଘଟ ପରେ ଫେସ୍‌ବୁକ୍‌ ଏଥିରୁ ଓହରି ଯାଇଥିବା ଜଣାପଡ଼ିଛି । ସିଏନ୍‌ବିସିର ରିପୋର୍ଟ ଅନୁଯାୟୀ, ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଫେସ୍‌ବୁକ୍‌ ବିଭିନ୍ନ ହସ୍ପିଟାଲ୍‌ ଓ ଖ୍ୟାତିସମ୍ପନ୍ନ ମେଡିକାଲ୍‌ କଲେଜ୍‌କୁ ଯୋଗାଇ ଥାନ୍ତା । ଏହି ତଥ୍ୟ ବିଭିନ୍ନ ଆୟୁର୍ବିଜ୍ଞାନ ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଉପଯୋଗ କରାଯାଇଥାନ୍ତା । କୌଣସି ମନ୍ଦ କିମ୍ବା ଅସତ୍‌ ଉଦେ୍ଦଶ୍ୟରେ ବ୍ୟବହାର କରାଯାଇ ନ ଥାନ୍ତା ବୋଲି ଫେସ୍‌ବୁକ୍‌ର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave A Reply