ରାଜ୍ୟଗୋଷ୍ଠୀ କ୍ରୀଡା ଉଦ୍‌ଘାଟିତ

0

ଗୋଲଡକୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡକୋଷ୍ଟ ସହରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ର ଉଦ୍‌ଘାଟନୀ ଉତ୍ସବ ସଫଳତାପୂର୍ବକ ସମ୍ପନ୍ନ ହୋଇଛି। ବର୍ଷା ସତ୍ତ୍ୱେ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ଼ ରହିଥିଲା। ଉଦ୍‌ଘାଟନୀ ସମାରୋହରେ ଅଷ୍ଟ୍ରେଲୀୟ ସଂସ୍କୃତିର ଝଲକ ବେଶ୍‌ ପ୍ରସ୍ଫୁଟିତ ହୋଇଥିଲା। ସ୍ଥାନୀୟ କଳାକାରଙ୍କ ନୃତ୍ୟସଙ୍ଗୀତ ବିଶ୍ୱ କ୍ରୀଡ଼ାବିତ୍‌ଙ୍କ ମନ ଜିଣି ନେଇଥିଲା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ମହାକୁମ୍ଭ ଚାଲିବ। ମହୋତ୍ସବରେ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ତ୍ରିରଙ୍ଗା ପତାକା ଧରିଥିଲେ। ଚଳିତ ଉଦ୍‌ଘାଟନର ଥିମ ‘ହେଲୋ ଆର୍ଥ’ ରଖାଯାଇଛି। ଏହି ଅବସରରେ ନୀଳ ରଙ୍ଗର ଆତସବାଜିକୁ ଗୁରୁତ୍ୱ ଦିଆଯାଇଥିଲା। ମଞ୍ଚରେ ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍‌ ଟର୍ନବୁଲ ଉପସ୍ଥିତ ରହିଥିଲେ।

Leave A Reply