www.samajalive.in
Sunday, December 7, 2025
13.1 C
Bhubaneswar

ରଘୁନାଥ ଓ ନିର୍ମଳ ପାଇଲେ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର: ସରୋଜ ମହାସୁଆର ସ୍ମୃତି କମିଟି ପକ୍ଷରୁ ସମ୍ମାନଜନକ ୧୫ଶ ସରୋଜ ମହାସୁଆର ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ରବିବାର ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ କ୍ଳବ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ଆବାହକ ମନୋଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରଘୁନାଥଙ୍କୁ ଯୁବ କ୍ରିକେଟ ଅଫ ଦି ଇୟର ଓ ଓ ନିର୍ମଳଙ୍କୁ ଶ୍ରେଷ୍ଠ ଅମ୍ପାୟାର ଭାବେ ପୁରସ୍କାର ପ୍ରଦାନ କରା ଯାଇଥିଲା। ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ବରିଷ୍ଠ କ୍ରିକେଟ ପ୍ରଶିକ୍ଷକ କିଶୋର ମାଣିଆ, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ଶର୍ମାଙ୍କ ସମେତ ବହୁ ପୁରାତନ କ୍ରିକେଟର ଓ କ୍ରିକେଟପ୍ରେମୀ ଯୋଗ ଦେଇଥିଲେ।

ଭଲ କ୍ରିକେଟ ଖେଳିବାକୁ ଗୁରୁତ୍ୱ ଦେଉଛି: ରଘୁନାଥ

କ୍ରିକେଟକୁ କ୍ୟାରିୟର ଭାବେ ଗ୍ରହଣ କରିବା ପରେ ସବୁବେଳେ ଭଲ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଇଆସିଛି। ପ୍ରଶିକ୍ଷକମାନଙ୍କଠାରୁ କିଛି ଶିଖିବା ଲାଗି ଉଦ୍ୟମ କରିଥାଏ। ଓଡ଼ିଶା ଜୁନିୟର ସ୍ତରରେ ନିୟମିତ ଭାବେ ଭଲ ପ୍ରଦର୍ଶନ କରିବା ପରେ ଏବେ ସିନିୟର ସ୍ତରରେ ଖେଳିବା ପ୍ରଥମ ଲକ୍ଷ୍ୟ ରହିଛି ବୋଲି ଯୁବ କ୍ରିକେଟର ରଘୁନାଥ ମଲ୍ଲ କହିଛନ୍ତି। ୧୯ ବର୍ଷରୁ କମ୍‍ ଜୁନିୟର ଦଳରେ ରଶ୍ମିରଞ୍ଜନ ପରିଡ଼ାଙ୍କ ପ୍ରଶିକ୍ଷଣରେ ଖେଳିବା ଓ କ୍ରମାଗତ ୪ ବର୍ଷ ଜାତୀୟ କ୍ରିକେଟ ଏକାଡ଼େମୀରେ ପ୍ରଶିକ୍ଷଣରୁ ବହୁତ କିଛି ଶିଖିବାକୁ ମିଳିଛି। ସିନିୟର ଦଳ ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫି ସମ୍ଭାବ୍ୟ ଶିବିରରେ ସ୍ଥାନମିଳିଛି। ଚୂଡ଼ାନ୍ତ ଦଳରେ ସ୍ଥାନପାଇବା ନେଇ ବହୁତ ଆଶାରହିଛି। ପୁରସ୍କାର ପ୍ରତି ଖେଳାଳିଙ୍କୁ ଆଗକୁ ବଢିବା ଲାଗି ଉତ୍ସାହିତ କରିଥାଏ। ସରୋଜ ମହାସୁଆର ସ୍ମୃତି ପୁରସ୍କାର ପାଇବା ନେଇ ବହୁତ ଖୁସିଲାଗୁଛି ବୋଲି ରଘୁନାଥ କହିଛନ୍ତି।
ଅମ୍ପାୟାରିଂ ପାଇଁ ଧୈର୍ଯ୍ୟ ଆବଶ୍ୟକ: ନିର୍ମଳ
ପୁରସ୍କାର ଓ ସମ୍ମାନ ଆଗକୁ ବଢିବା ଲାଗି ଉତ୍ସାହିତ କରିଥାଏ। ଅମ୍ପାୟାରିଂ ପାଇଁ ସରୋଜ ମହାସୁଆର ସ୍ମୃତି ସମ୍ମାନ ପାଇବା ନେଇ ବହୁତ ଖୁସି। ଅମ୍ପାୟାରିଂର ଶୀର୍ଷ ସ୍ଥାନରେ ପହଞ୍ଚିବା ପ୍ରଥମ ଲକ୍ଷ୍ୟରହିଛି ବୋଲି ଓସିଏ ପ୍ୟାନେଲ ଅମ୍ପାୟାର ନିର୍ମଳ ମିଶ୍ର କହିଛନ୍ତି। ଅମ୍ପାୟାରିଂ କରିବା ଏକ ଗୁରୁଦାୟିତ୍ୱ। ଏଥିପାଇଁ ନିଜ ଭିତରେ ଧୈର୍ଯ୍ୟ ରହିବା ଆବଶ୍ୟକ। ଓଡ଼ିଶାରେ ମଧ୍ୟ ଅମ୍ପାୟାରିଂର ଗୁରୁତ୍ୱ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟ, ନିର୍ମଳ ଦୀର୍ଘ ୨୫ ବର୍ଷ ଧରି ଓସିଏ ପ୍ୟାନେଲ ଅମ୍ପାୟାର ଓ ଫାଓ ରେଫେରୀ ଭାବେ ମ୍ୟାଚ ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories