mission shakti banner

ମୃତ୍ୟୁର ୨ ବର୍ଷ ପରେ ଶିକ୍ଷକଙ୍କ ବଦଳି ଓ ପଦୋନ୍ନତି

BSKY banner  750×100
0

ଜୟପୁର: ରାଜସ୍ଥାନ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଅବହେଳାର ନମୁନା ଦେଖିବାକୁ ମିଳିଛି। ଜଣେ ଦିବଂଗତ ଶିକ୍ଷକଙ୍କ ବଦଳି ସହ ତାଙ୍କୁ ପଦୋନ୍ନତି ମଧ୍ୟ ଦିଆଯାଇଛି। ଏପରି ଅବହେଳା ନେଇ ବେକାନୁର ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଘୋର ଲଜ୍ଜିତ ହେବାକୁ ପଡ଼ିଛି। ସୂଚନା ମୁତାବକ, ମହମ୍ମଦ ଜାକିର ନାମକ ଜଣେ ଶିକ୍ଷକ ଜୟପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ପରେ ତାଙ୍କର ବଦଳି ଆଜମୀରର ଶ୍ରୀନଗର ବ୍ଲକସ୍ଥିତ ଏକ ବିଦ୍ୟାଳୟକୁ ହୋଇଥିଲା। ତେବେ ୪ ଏପ୍ରିଲ ୨୦୧୫ରେ ଜୟପୁରରେ ଘଟିଥିବା ଏକ ଦୁର୍ଘଟଣାରେ ଜାକିରଙ୍କ ମୃତ୍ୟୁ ଘଟିଥିଲା।
ଶିକ୍ଷା ବିଭାଗ ନିର୍ଦେଶକ ମୁକେଶ କୁମାର ଶର୍ମାଙ୍କ କହିବାନୁସାରେ, ୨୦୦୭-୦୮ରୁ ବଦଳି ଓ ପଦୋନ୍ନତି କାମ ବନ୍ଦ ରହିଥିଲା। ତେବେ ଖୁବ୍‌ଶୀଘ୍ର ଏହିସବୁ କାର୍ଯ୍ୟ ସାରିବାରେ ବ୍ୟସ୍ତତା ମଧ୍ୟରେ ଜାକିରଙ୍କ ଆଦେଶ ପାରିତ ହୋଇଥାଇପାରେ। କିନ୍ତୁ ଏବେ ମାମଲା ତଦନ୍ତ ହେବ ବୋଲି ସେ କହିଛନ୍ତି। ଆଶ୍ଚର୍ଯ୍ୟର କଥା ଜାକିରଙ୍କ ପରଲୋକର ଦୁଇବର୍ଷ ପରେ ବିଭାଗର ରେକର୍ଡ ଠିକ୍‌ କରାଯାଇନାହିଁ। ଫଳରେ ଏଭଳି ତ୍ରୁଟି ଘଟିଥିବା ଜଣାପଡ଼ିଛି।

Leave A Reply