www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବୈଠକରୁ ସୂଚନା ମିଳିଛି ଯେ ଛତିଶଗଡ଼ରୁ
ଅଧିକ
ମାତ୍ରାରେ ବନ୍ୟା ଜଳ ଆସୁଥିବାରୁ ହୀରାକୁଦର ୨୫ଟି ଗେଟ ଖୋଲାଯାଇଛି। ଏଥିସହିତ ହୀରାକୁଦର ତଳ ଅଞ୍ଚଳରେ ବିଭିନ୍ନ ନଦୀର ଜଳ ମିଶିଥିବାରୁ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳିଠାରେ ୮.୫ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ। ଏହାଦ୍ୱାରା ସମ୍ବଲପୁର, ସୋନପୁର, ବୌଦ, ନୟାଗଡ଼, ଅନୁଗୋଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁର ଆଦି ୧୧ଟି ଜିଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲାର ଜିଲାପାଳମାନଙ୍କୁ ସବୁ ପ୍ରକାର ପ୍ରତିକାର ବ୍ୟବସ୍ଥା ସହିତ
ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଦୁର୍ବଳ ଓ ବିପଦସଙ୍କୁଳ ନଦୀ ବନ୍ଧର ସୁରକ୍ଷା, ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତରଣ, ଖାଦ୍ୟ ଓ ପାନୀୟ ଜଳ, ଔଷଧ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ମହଜୁଦ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ୩ଟି ଏନଡ଼ିଆରଏଫ ଓ ୨ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି। ଉଦ୍ଧାର ଓ ଆଶ୍ରୟ ପାଇଁ ୧୯୮ଟି ବୋଟ ଓ ୪୭୪ ଆଶ୍ରୟ ଗୃହ ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦିଆଯାଇଛି।
ଛତିଶଗଡ଼କୁ ଦାୟୀକଲା ବିଜେଡି
n ଭୁବନେଶ୍ୱର,୨୯।୮(ନି.ପ୍ର): ଛତିଶଗଡ଼ର ଏକଚାଟିଆ କାରବାର ଓଡ଼ିଶା ପାଇଁ ଓଡ଼ିଶାରେ ମହାନଦୀ ଓ ଏହାର ଅବବାହିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ପାଇଁ ବିଜୁ ଜନତା ଦଳ ଛତିଶଗଡ଼କୁ ଦାୟୀ କରିଛି। ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଓଡ଼ିଶାକୁ ନଜଣାଇ ଛତିଶଗଡ଼ ମହାନଦୀ ତଳମୁଣ୍ଡକୁ ବନ୍ୟା ପାଣି ନିଷ୍କାସିତ କରୁଛି।
କୃଷି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାଣିର ଯେତେବେଳେ ଜରୁରୀ ଆବଶ୍ୟକତା ରହୁଛି ସେତେବେଳେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ଜଳ ଅବରୋଧ କରୁଛି, ମାତ୍ର ବର୍ଷା ଋତୁରେ ମନଇଚ୍ଛା ପାଣି ଛାଡ଼ିଦେବାରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖାଦେଉଛି। ବିଜେପି ଶାସିତ ଛତିଶଗଡ଼ ସରକାରଙ୍କ ଏଭଳି ଏକଚାଟିଆ କାରବାରକୁ ବିଜେଡ଼ି ନେତା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଆମେ ଯେଉଁଁ ଆଶଙ୍କା କରୁଥିଲୁ ତାହା ଏବେ ସତ୍ୟରେ ପରିଣତ ହୋଇଛି। ଶିଳ୍ପସଂସ୍ଥାକୁ ଅନୁକମ୍ପା ଦେଖାଇ ପରିବେଶ ନିୟମକୁ ଉଲ୍ଲଘଂନ କରି ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଇଛି। ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଛତିଶଗଡ଼ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସମୀକ୍ଷା କଲେ…

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories