ବଜାରରେ ଏମ୍‌ଆଇ ଏମ୍‌ଆଇଏକ୍ସ ୨ଏସ୍‌; ଏଥିରେ ରହିଛି ୮ ଜିବି ରାମ୍‌, ୨୫୬ ଜିବି ମେମୋରି ଏବଂ ଓୟାରଲେସ୍‌ ଚାର୍ଜିଂ

0

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଜିଓମି ନୂଆ ମଡେଲ ଏମଆଇ ଏମଆଇଏକ୍ସ ୨ଏସ୍‌ର ବଜାର ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୩୪,୧୮୫ ଟଙ୍କା ରହିଛି। ଏଥିରେ ୬ ଜିବି ରାମ୍‌ ଓ ୬୪ ଜିବି ଅନ୍ତରୀଣ ମେମୋରି ଉପଲବ୍ଧ। ଅପରପକ୍ଷରେ ଏହାର ଟପ୍‌ ମଡେଲରେ ୮ ଜିବି ରାମ୍‌ ସହ ୨୫୬ ଜିବି ଅନ୍ତରୀଣ ମେମୋରି ରହିଛି। ଏହାର ମୂଲ୍ୟ ପ୍ରାୟ ୪୧,୪୩୮ ଟଙ୍କା ରଖାଯାଇଛି। ଏମଆଇ ଏମଆଇଏକ୍ସ ୨ଏସ୍‌ରେ ୫.୯୯ କୁଲ୍‌ ଏଚ୍‌ଡି ପ୍ଲସ୍‌ ସ୍କ୍ରିନ, କ୍ୱାଲକମ୍‌ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ସହିତ ଆଡ୍ରେନୋ ୬୩୦ ଜିପିୟୁ ଉପଲବ୍ଧ ରହିଛି। ଫଟୋଗ୍ରାଫି ପାଇଁ ଦୁଇଟି ପଛ କ୍ୟାମେରା ୧୨ ମେଗାପିକ୍ସେଲ ଯୁକ୍ତ ରହିବା ସହ ସେଲଫି ପାଇଁ ୫ ମେଗାପିକ୍ସେଲ ସମ୍ମୁଖ କ୍ୟାମେରା ରହିଛି। ବିଶେଷକରି ଏହି ସ୍ମାର୍ଟଫୋନ ମଡେଲରେ ଓୟାରଲେସ୍‌ ଚାର୍ଜିଂ ବ୍ୟବସ୍ଥା ରଖାଯାଇଛି। ଏଥିସହ ତୁରନ୍ତ ମୋବାଇଲ ଚାର୍ଜ ହେବା ପାଇଁ ଏଥିରେ ୟୁଏସ୍‌ବି ଟାଇପ୍‌ ସି ସିଷ୍ଟମ ରହିଛି। ଏହି ମଡେଲ ଉପରେ କମ୍ପାନୀ ତରଫରୁ କୁହାଯାଇଛି ଯେ, ଏମଆଇ ଏମଆଇଏକ୍ସ ଆଇଫୋନ ୧୦ ସହ ବରାବର ଅଟେ। ଆଇଫୋନ ୧୦ରେ ରହିଥିବା ସମସ୍ତ ବୈଶିଷ୍ୟ ଏମ୍‌ଆଇ ଏମ୍‌ଆଇଏକ୍ସରେ ଉପଲବ୍ଧ ରହିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

Leave A Reply