BJD Bijuli 480×75 Mob

ପ୍ଲେ ଅଫ୍‌ ଦୌଡ଼ରୁ ମୁମ୍ବଇ ବିଦା; ୧୨ ବର୍ଷ ପରେ ମୁମ୍ବଇ ଇଣ୍ଡିଆନ୍ସକୁ ହରାଇ ବିଜୟୀ ହେଲା କଲକାତା

BJD Bijuli 480×75 Mob

ମୁମ୍ବଇ : ପାଞ୍ଚଥର ବିଜେତା ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ଦଳ ଭ​‌ାବେ ଆଇପିଏଲ-୧୭ର ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ୱାଙ୍ଖଡେ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୨୪ରନରେ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ପରାଜିତ ହୋଇଛି। ୧୧ଟି ମ୍ୟାଚରୁ ୮ମ ପରାଜୟ ସହ ମୁମ୍ବଇର ପ୍ଲେ ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। କଲକାତା ୭ମ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି।
ଭେଙ୍କଟେଶ ଆୟରଙ୍କ ଅପରାଜିତ ୭୦ରନ ବଳରେ କଲକାତା ନାଇଟ୍‌ ରାଇଡର୍ସ ୧୬୯ରନ କରିଥିଲା। ଜବାବରେ ମୁମ୍ବଇ ଇଣ୍ଡିଆନ୍‌ସ ସୂର୍ଯ୍ୟକୁମାର ଯାଦବଙ୍କ ୫୬ରନ ସତ୍ତ୍ବେ ଦଳ ୧୪୫ରନ କରିବାକୁ ସକ୍ଷମ ହୋଇଥିଲା। ୧୭୦ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବଇ ୪୬ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ଈଶାନ କିଷନ ୧୩, ନମନ ଧିର୍‌ ୧୧ ଓ ରୋହିତ ଶର୍ମା ୧୧ ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ୧୫ରନ ସଂଗ୍ରହ କରିଥିଲେ। ୬୧ରନ ସ୍କୋର ଥିବାବେଳେ ତିଲକ ୪ରନ କରି ଆଉଟ୍‌ ହୋଇଥିଲେ। ଦଳ ୭୧ରନ ମଧ୍ୟରେ ୬ଟି ୱିକେଟ ହରାଇଥିଲା। ନିହାଲ ୱାଧେରା ୬ ଓ ହାର୍ଦିକ ପାଣ୍ଡ୍ୟା ୧ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟରେ ସୂର୍ଯ୍ୟକୁମାର ଓ ଟିମ୍‌ ଡେଭିଡ୍‌ ୫୦ରନ ସଂଗ୍ରହ କରିଥିଲେ। ୧୨୦ରନ ସ୍କୋର ଥିବାବେଳେ ସୂର୍ଯ୍ୟକୁମାର ୫୬ରନ କରି ଆଉଟ୍‌ ହୋଇଥିଲେ। ଦଳ ​‌େ​‌ଶଷ ୩ ୱିକେଟ ୨୫ରନ ମଧ୍ୟରେ ହରାଇବା ସହିତ ୧୮.୫ ଓଭରରେ ୧୪୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଟିମ୍‌ ଡେଭିଡ୍‌ ୨୪, ଗାଲାର୍ଡ କୋଏଟ୍‌ଜି ୮ରନ କରିଥିଲେ। କଲକାତା ପକ୍ଷରୁ ମିଚେଲ ଷ୍ଟାର୍କ ୪ଟି, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ ଓ ଆ​‌େ​‌ନ୍ଦ୍ର ରସେଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ମୁମ୍ବଇ ଇଣ୍ଡିଆନ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିକୁ ମୁମ୍ବଇ ଇଣ୍ଡିଆନ୍‌ସ ବୋଲର ନୂଆନ ତୁଷାରା ଯଥାର୍ଥ ସାବ୍ୟସ୍ତ କରିଥିଲେ। ପ୍ରାରମ୍ଭରୁ ତୁଷାରା ୩ଟି ୱିକେଟ ନେଇ କଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କଲକାତା ୪୩ରନ ମଧ୍ୟରେ ୪ ୱିକେଟ ହରାଇ ବିପର୍ଯ୍ୟୟ ଭୋଗିଥିଲା। ଫିଲ୍‌ ସଲ୍ଟ ୫ ,ସୁନୀଲ ନାରାୟଣ ୮, ଅଙ୍ଗକ୍ରିସ ରଘୁବଂଶୀ ୧୩ ଓ ଅଧିନାୟକ ଶ୍ରେୟାଶ ଆୟର ୬ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟରେ ଭେଙ୍କଟେଶ ଆୟର ଓ ରିଙ୍କୁ ସିଂହ ୧୪ରନ ଭାଗିଦାରି କରିଥିଲେ। ୫୭ରନ ସ୍କୋର ଥିବାବେଳେ ରିଙ୍କୁ ସିଂହ ୯ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ଭେଙ୍କଟେଶ ଓ ମନୀଷ ପାଣ୍ଡେ ୬୧ଟି ବଲରୁ ୮୩ ରନ ସଂଗ୍ରହ କରିଥିଲେ। ୧୪୦ରନ ସ୍କୋର ଥିବାବେଳେ ପାଣ୍ଡେ ୪୨ରନ କରି ଆଉଟ୍‌ ହୋଇଥିଲେ। ​‌ଦଳ ​‌େ​‌ଶଷ ୪ ୱିକେଟ ୨୯ରନ ମଧ୍ୟରେ ହରାଇବା ସହ ୧୯.୫ ଓଭରରେ ୧୬୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭେଙ୍କଟେଶ ଆୟର ୭୦ରନ କରି ଅପରାଜିତ ରହିଥିବା ବେଳେ ଆ​‌େ​‌ନ୍ଦ୍ର ରସେଲ ୭ ଓ ରମଣଦୀପ୍‌ ସିଂହ ୨ରନ କରି ଆଉଟ୍‌ ହୋଇଥିଲେ। ମୁମ୍ବଇ ପକ୍ଷରୁ ନୂଆନ ତୁଷାରା ଓ ବୁମ୍‌ରା ୩ଟି ଲେଖାଏଁ, ହାର୍ଦିକ ପାଣ୍ଡ୍ୟା ୨ଟି ଓ ପିୟୁଷ ଚାୱାଲା ଗୋଟିଏ ୱିକେଟ ନେଇଥିଲେ। ସେହିପରି ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ କଲକାତା ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇକୁ ପରାସ୍ତ କରିବାରେ ସଫଳ ହୋଇଛି ।

Comments are closed.