www.samajalive.in
Monday, December 15, 2025
14.1 C
Bhubaneswar

ଆଜି ଗୁଜରାଟ-ବେଙ୍ଗାଲୁରୁ ଲଢ଼େଇ

ବେଙ୍ଗାଲୁରୁ : ଆଇପିଏଲ-୧୭ର ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍‌ସ ମୁହଁାମୁହିଁ ହେବ। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବା ଲାଗି ଦୁଇ ଦଳ ପାଇଁ କର ବା ମର ସଦୃଶ ମ୍ୟାଚ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ଟି ମ୍ୟାଚରୁ ୩ଟି ବିଜୟ ୭ଟି ପରାଜିତ ହୋଇଛି। ସେହିପରି ଗୁଜରାଟ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜିତ ହୋଇଛି। ଗୁଜରାଟ ଓ ବେଙ୍ଗାଲୁରୁ ନିକଟରେ ଆଉ ୪ଟି ଲେଖାଏଁ ମ୍ୟାଚ ବାକି ରହିଛି। ଉକ୍ତ ୪ଟି ଯାକ ମ୍ୟାଚ ଏବେ ଦୁଇ ଦଳ ପାଇଁ ନକ୍‌ଆଉଟ୍‌ ସଦୃଶ ହୋଇଛି। ବିଶେଷ କରି ବେଙ୍ଗାଲୁରୁ ଶେଷ ୪ଟି ଲିଗ୍‌ ମ୍ୟାଚ ମଧ୍ୟରୁ ଯଦି ଗୋଟିଏ ବି ପରାଜିତ ହୁଏ ତେବେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିବା ନିଶ୍ଚିତ ହେବ। ଦୁଇ ଦଳ ମଧ୍ୟ​‌େ​‌ର ଗତ ୨୮ରେ ଅହମ୍ମଦାବାଦ୍‌ରେ ଖେଳାଯାଇଥିବ​‌ା ପ୍ରଥମ ଚରଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ୱିକେଟରେ ଗୁଜରାଟକୁ ପରାସ୍ତ କରିଥିଲା।

ଗୁଜରାଟ ୨୦୦ରନ କରିଥିଲେ ମଧ୍ୟ ବେଙ୍ଗାଲୁରୁ ୱିଲ୍‌ ଜ୍ୟାକ୍‌ଙ୍କ ଅପରାଜିତ ଶତକ ଓ ବିରାଟ କୋହଲିଙ୍କ ୭୦ରନ ବଳରେ ସହଜ ବିଜୟ ହାସଲ କରିଥିଲା। ବ୍ୟାଟିଂରେ ବିରାଟ କୋହଲି ୫୦୦, ଫ୍ଲାଫ ଡୁ ପ୍ଲେସି ୨୮୮ , ଦିନେଶ କାର୍ତ୍ତିକ ୨୬୨ , ରଜତ ପଟିଦାର ୨୧୧ ଓ ୱିଲ ଜ୍ୟାକ୍‌ ୧୭୬ରନ କରିଛନ୍ତି। ଖରାପ ଫର୍ମ ପାଇଁ କିଛି ମ୍ୟାଚରୁ ଦୂରେଇ ଯାଇଥିବା ଗ୍ଲେନ ମ୍ୟାକ୍ସୱେଲ ଶେଷ ମ୍ୟାଚ ଖେଳିଥିଲେ। ଯାହା ଦଳକୁ ବ୍ୟାଟିଂ ଓ ବୋଲିଂରେ ସହାୟକ ହେବ। ସ୍ବପ୍ନିଲ ସିଂହ, ମହମ୍ମଦ ସିରାଜ, ୟଶ ଦୟାଲ ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ କର୍ଣ୍ଣ ଶର୍ମା ଓ ଗ୍ଲେନ ମ୍ୟାକ୍ସୱେଲ ସ୍ପିନର ଭାବେ ରହିଛନ୍ତି। ଦଳ ବ୍ୟାଟିଂ ଓ ବୋଲିଂରେ ଧିରେଧିରେ ଲୟକୁ ଫେରୁଥିବାରୁ ଗୁଜରାଟ ବିପକ୍ଷରେ ବିଜୟ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଗୁଜରାଟ ପାଇଁ ବୋଲିଂ ଚିନ୍ତାଜନକ ହୋଇଛି। ​‌େ​‌ଶଷ ମ୍ୟାଚରେ ବଡ଼ ସ୍କୋର କରି ମଧ୍ୟ ବୋଲିଂ ବିଫଳତା ପାଇଁ ଶୋଚନୀୟ ପରାଜିତ ହୋଇଥିଲା। ମୋହିତ ଶର୍ମା ଓ ସନ୍ଦୀପ ୱାରିୟର ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳେ ରସିଦ ଖାନ, ନୂର ଅହମ୍ମଦ ଓ ସାଇ କିଶୋରଙ୍କ ଭଳି ସ୍ପିନର ରହିଛନ୍ତି। ଦଳର ୩ ତାରକା ସ୍ପିନର ରସିଦ, ନୂର ଓ ସାଇ କିଶୋରଙ୍କ ଉପରେ ବୋଲିଂ ଭାର ଏବେ ନିର୍ଭରଶୀଳ। ଉକ୍ତ ୩ ସ୍ପିନର ବେଙ୍ଗାଲୁରୁ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବା ନେଇ ନିଶ୍ଚିତ ଉଦ୍ୟମ କରିବେ। ବ୍ୟାଟିଂରେ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ରହିବା ସହିତ ୪୧୮ରନ କରିଛନ୍ତି। ଏହାଛଡ଼ା ଶୁବମାନ ଗିଲ୍‌ ୩୨୦ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ମିଲର, ରିଦ୍ଧିମାନ ଶାହା, ଏମ୍‌ ଶାହାରୁଖ ଖାନ, ଆଜମାତୁଲ୍ଲା ଓମାରଜାଇ ଓ ରାହୁଲ ତିୱାତିଆ ନିୟମିତ ରନ ନକରିବା ଦଳକୁ ଚିନ୍ତାରେ ପକାଇଛି। ଏବେ ଗୁଜରାଟ ପାଇଁ ଆରସିବି ନିକଟରୁ ପ୍ରଥମ ଚରଣ ମ୍ୟାଚ ପରାଜୟର ପ୍ରତିଶୋଧ ନେଇ ସୁଯୋଗ ରହିଛି। ଉଭୟ ଦଳ ଏକପ୍ରକାର ସମାନ ସ୍ଥିତିରେ ଥିବାରୁ କଡ଼ା ମୁକାବିଲା ନେଇ ଆଶା କରାଯାଉଛି।

- Advertisement -

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories