www.samajalive.in
Saturday, December 6, 2025
15.1 C
Bhubaneswar

ଭାରତୀୟ ଅଞ୍ଚଳକୁ ନିଜର ଦର୍ଶାଇ ନୋଟ୍‌ରେ ଛାପିଲା ନେପାଳ

ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ନୂଆ ନୋଟ୍‌ରେ ଛାପିଛି। ଏହାର ଅର୍ଥ ଭାରତର ଅଞ୍ଚଳକୁ ନେପାଳ ନିଜର ବୋଲି ନୋଟ୍‌ରେ ଦର୍ଶାଇଛି। ଗତ ଶୁକ୍ରବାର ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌ ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି ନୋଟରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳର ଫଟୋ ସ୍ଥାନିତ କରାଯାଇଛି, ଯେଉଁଗୁଡ଼ିକ ଭାରତର ଅଞ୍ଚଳ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ନେପାଳର ନୂଆ ନକ୍ସା ଛପାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ୧୦୦ ଟଙ୍କିଆ ନୋଟରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଏବଂ ଦୂରସଞ୍ଚାର ମନ୍ତ୍ରୀ ରେଖା ଶର୍ମା କହିଛନ୍ତି, ଗତ ଏପ୍ରିଲ ୨୫ ଏବଂ ମେ ୨ରେ ନେପାଳ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୦୦ ଟଙ୍କିଆ ନୋଟକୁ ପୁନର୍ବାର ଡିଜାଇନ କରିବା ସହିତ ଏହା ପଛପଟେ ଛପାଯାଇଥିବା ପୁରୁଣା ମାନଚିତ୍ରକୁ ବଦଳାଇବା ପାଇଁ ଅନୁମତି ଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories