www.samajalive.in
Tuesday, December 9, 2025
16.1 C
Bhubaneswar

୩୨୦୦ଲିଟର ମଦ ସହ ଦୁଇ ଗାଡି ଜବତ, ଜଣେ ଗିରଫ

ଆଠଗଡ: ଅବକାରୀ ଆୟୁକ୍ତ ନରସିଂହ ଭୋଳ, କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏବଂ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ସମୟରେ ଚୋରା ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଉପରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଜେନାପଦା ଗ୍ରାମ୍ୟ ରାସ୍ତାରେ ଆସୁଥିବା ଏକ ମହେନ୍ଦ୍ର ପିକ୍‌‌ଅପ୍‌‌ ଭ୍ୟାନକୁ ଅବକାରୀ ସ୍କାର୍ଡ ଅଟକାଇ ଯାଞ୍ଚ କରିବା ସମୟରେ ସେଥିôରୁ ୨୮୦୦ଲିଟର ମଦ ଥିବା ଦେଖି ଜବତ କରିଥିଲେ।

ସେହି ଗାଡିରେ ଥିବା ବଡମ୍ବା ବେଲିଆପାଳର ମନୋଜ ସାହୁକୁ ଗିରଫ କରାଯାଇଥିବାବେଳ ପଙ୍କଜ ସାହୁ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯିବାରୁ ତାକୁ ଗିରଫ କରାଯାଇପାରିନାହିଁ। ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକଠାରେ ଏକ ଆକ୍ଟିଭା ବାଇକକୁ ଅଟକାଇବା ବେଳେ ବାଇକ ଆରୋହୀ ଚମ୍ପଟ ମାରିଥିଲା। ଉକ୍ତଗାଡିରୁ ୫୦ଲିଟର ଦେଶୀମଦ ଜବତ କରାଯାଇଥିଲା। ଅନ୍ୟଏକ ଘଟଣାରେ ଭିରୁଡା ନିକଟ ପାଇକ ସାହି ପାଖରେ ଏକ କଳା ପଲସର ଗାଡିରୁ ୩୫୦ଲିଟର ଦେଶୀମଦ ଜବତ କରାଯାଇଥିବାବେଳେ ବାଇକ ଆରୋହୀ ଦୌଡି ଫେରାର ହୋଇଯାଇଥିଲା।

- Advertisement -

ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଉପନିରୀକ୍ଷକ ଅରୁଣ ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଧରପଗଡରେ ଅଂଶଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories