www.samajalive.in
Monday, December 15, 2025
24.1 C
Bhubaneswar

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଲଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଭିତରଗଡ଼ ଗ୍ରାମପଞ୍ଚାୟତର କାଶିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମିକ ସହ ମିଶି ସ୍ତ୍ରୀ ତାର ସ୍ୱାମୀକୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୧୫ତାରିଖ ଦିନ କାଶିଗୁଡ଼ା ଗ୍ରାମର ରଶ୍ନ ସାଉଁନ୍ତା ତାଙ୍କ ବିବାହିତ ପୁଅ ସନ୍ତୋଷ ସାଉଁନ୍ତା (୨୨)ଙ୍କର ହଠାତ ମୃତ୍ୟୁ ହୋଇଥିବା ନେଇ କାକିରିଗୁମା ଥାନାରେ ଏକ ଅଭିଯୋଗ କରିଥିଲେ। ସନ୍ତୋଷଙ୍କ ସ୍ତ୍ରୀ ଆଲିସା ମଧ୍ୟ ଆତ୍ମହତ୍ୟା କରିଥିବା ନେଇ ପୁଲିସକୁ ବୟାନ ଦେଇଥିଲେ। ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଥିଲା। ମୃତଦେହ ବ୍ୟବଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଥିଲା। ଦୁଇ ଦିନ ପରେ ପୁଣି ସନ୍ତୋଷଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ପୁଣି ଥାନାରେ ଅଭିଯୋଗ କରିଥିଲେ। ମୃତଦେହ ବ୍ୟବଛେଦର ରିପୋର୍ଟରୁ ସନ୍ତୋଷଙ୍କ ଗଳା ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥଲ।।। ଏହାପରେ ପୁଲିସ ସନ୍ତୋଷର ସ୍ତ୍ରୀକୁ ଆଣି ଥାନାରେ ପଚରା ଉଚରା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିଥିଲା।
ସୂଚନା ଅନୁସାରେ , ଗତ ୧୪ତାରିଖ ଦିନ ରାତ୍ରିରେ ସନ୍ତୋଷ ଗ୍ରାମର କିଛି ଯୁବକଙ୍କ ସହ ତାସ୍‍ ଖେଳି ବିଳମ୍ବରେ ଘରକୁ ଫେରିଥିଲା। ସ୍ୱାମୀଙ୍କ ଅନୁପସ୍ଥିତିରେ ଆଲିସାଙ୍କ ପ୍ରେମିକ ଦୁର୍ଯ୍ୟ ମୁଦୁଲି(୧୯) ସନ୍ତୋଷଙ୍କ ଘରକୁ ଯାଇଥିଲା। ହଠାତ ବିଳମ୍ବିତ ରାତ୍ରିରେ ସନ୍ତୋଷ ଘରକୁ ଆସିଲାବେଳେକୁ ସେମାନଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇ ଯାଇଥିଲା। ଏବଂ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସକାଳ ପାଇଲେ ସବୁ ଘଟଣା ଲୋକ ଜାଣିଦେବେ ଭାବି ସ୍ତ୍ରୀ ଓ ପ୍ରେମିକ ମିଶି ସନ୍ତୋଷଙ୍କ ତଣ୍ଟି ଚିପି ହତ୍ୟା କରିଦେଇଥିଲେ। ଏବଂ ପରେ ହତ୍ୟାକୁ ଆତ୍ମ ହତ୍ୟାରୁ ରୁପ ଦେବାପାଇ ସେମାନେ ପ୍ରୟାସ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories