ପ୍ରତିଶ୍ରୁତି ବଦ୍ଧତା ରାଜ୍ୟବାସୀଙ୍କ ନିକଟରେ ନୁହେଁ ବରଂ କଂଗ୍ରେସ ନିକଟରେ ରହିଛି: ଏଚଡି କୁମାରସ୍ୱାମୀ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ଓ ତାଙ୍କ ରାଜନୈତିକ ଦଳ ଜେଡିଏସ୍‍ କର୍ଣ୍ଣାଟକ ନିର୍ବାଚନରେ ରାଜ୍ୟବାସୀଙ୍କ ନିକଟରେ ପୂର୍ଣ୍ଣ ସହଯୋଗ କାମନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ନା’ କୁମାରସ୍ୱାମୀ ପୂର୍ଣ୍ଣ ବହୁମତ ପାଇଥିଲେ ନା” ରାଜନୈତିକ ଦଳକୁ ପୂର୍ଣ୍ଣ ବହୂମତ ମିଳିଥିଲା। ତଥାପି କଂଗ୍ରେସର ଅନୁକମ୍ପାରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଆସନ ଅଲଙ୍କିତ କରି ପାରିଛନ୍ତି। ନିର୍ବାଚନ ପୂର୍ବ ପ୍ରଚାରରେ ଜେଡିଏସ ତଥା କୁମାରସ୍ୱାମୀଙ୍କ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଦଳ ଓ ନେତା ଆହ୍ୱାନ କରିଥିଲେ। ହେଲେ ତାହା ହୋଇ ପାରିନଥିଲା।
ଫଳରେ ନିର୍ବାଚନରେ ଜିତି ରାଜ୍ୟବାସୀଙ୍କ ନିକଟରେ ଉତ୍ତରଦାୟୀ ହେବାର ଆବଶ୍ୟକତା ମୋର ନାହିଁ। ଫଳରେ କଂଗ୍ରେସ ବ୍ୟତୀତ କୁମାରସ୍ୱାମୀ ଅନ୍ୟ କାହା ପାଇଁ ଉତ୍ତରଦାୟୀ ନୁହନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ଦିଲ୍ଲୀ ଯିବା ପୂର୍ବରୁ କୃଷକଙ୍କ ପାଇଁ ଅଟକି ଯାଇଥିବା ବିଲ୍‍ ଗୁଡ଼ିକ ସେ ଅଗ୍ରାଧିକାର ଦେଇ ପୂରଣ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ଋଣ ଛାଡ଼ କୁମାରସ୍ୱାମୀ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବେ। ନଚେତ ଇସ୍ତଫା ଦେବାକୁ ପଛଘୁଞ୍ଚା ହେବେ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ।

Leave A Reply