ପେଟ୍ରୋଲ ମୂଲ୍ୟକୁ ନେଇ କ୍ୟାବିନେଟରେ ମନ୍ଥନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ସମ୍ପନ୍ନ ହୋଇଛି। ବୈଠକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ବୈଠକରେ ଆଲୋଚନା ହୋଇଛି। ପେଟ୍ରୋଲ ଡିଜେଲରୁ ସରକାରଙ୍କୁ ମିଳୁଥିବା ଟିକସର ବଡ଼ ଅଂଶ ଦେଶର ବିକାଶରେ ଖର୍ଚ୍ଚ କରାଯାଉଛି। କର୍ଣ୍ଣାଟକ ନିର୍ବାଚନ ପରଠାରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁବ୍ ଶୀଘ୍ର ଆଇଓସିଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ। ପେଟ୍ରୋଲ ମୂଲ୍ୟର ଅହେତୁକ ବୃଦ୍ଧିକୁ ନିୟନ୍ତ୍ରଣ ଦିଗରେ ଏହି ବୈଠକରେ ମଧ୍ୟ ଆଲୋଚନା କରାଯିବ। ଆଶା କରାଯାଉଛି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ କମ୍ କରି ନିର୍ବାଚନ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ଆସ୍ୱସ୍ତ କରିବା ସହ ବିଜେପିର ଲୋକପ୍ରିୟତାକୁ ପୁନରାୟ ବୃଦ୍ଧି କରିବାକୁ ଯୋଜନା ରଖିଛନ୍ତି।