ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନର ବିଭିନ୍ନ କାରାଗାରରେ ୫୩୭ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ଦ୍ୱିପାକ୍ଷିକ ରାଜିନାମା ଅନୁସାରେ ପାକିସ୍ତାନରୁ ଏହି ତଥ୍ୟ ମିଳିଛି ବୋଲି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରୁ ସୂଚନା ମିଳିଛି। ଏହି ବନ୍ଦୀଙ୍କ ମଧ୍ୟରେ ୫୪ ଜଣ ସାଧାରଣ ନାଗରିକ, ୪୮୩ ମତ୍ସଜୀବୀ ଅଛନ୍ତି। ପାକିସ୍ତାନ ସରକାର ବନ୍ଦୀଙ୍କ ତାଲିକା ଗତ ମଙ୍ଗଳବାର ପ୍ରଦାନ କରିଛନ୍ତି ବୋଲି ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରକାଶ କରିଛନ୍ତି। ଏହି କ୍ରମରେ ଭାରତ ସରକାର ଏଠାରେ ବନ୍ଦୀ ଥିବା ପାକିସ୍ତାନ ନାଗରିକଙ୍କ ତାଲିକା ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ସରକାର ପ୍ରତିବର୍ଷ ଜାନୁଆରୀ ୧ ଓ ଜୁଲାଇ ୧ରେ ଏହି ତାଲିକା ପରସ୍ପରକୁ ଆଦାନପ୍ରଦାନ କରିଥାନ୍ତି।
ଏହି ତାଲିକା ଆଧାରରେ ଭାରତ ସରକାର ସେଠାରେ ବନ୍ଦୀ ଥିବା ନାଗରିକଙ୍କୁ ମୁକୁଳାଇବାକୁ ଚେଷ୍ଟା କରିବେ।
ପାକିସ୍ତାନ ଜେଲରେ ୫୩୭ ଭାରତୀୟ ବନ୍ଦୀ
Popular Categories



