www.samajalive.in
Tuesday, December 9, 2025
15.1 C
Bhubaneswar

ନିରବ ମୋଦିଙ୍କ ବିରୋଧରେ ସିବିଆଇର ସାନି ମାମଲା

ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାରେ ଭାରତରୁ ଫେରାର ହୋଇଯାଇଥିବା ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ସିବିଆଇ ସାନି ମାମଲା ରୁଜ୍ଜୁ କରିଛି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ପକ୍ଷରୁ ନିରବ ମୋଦିଙ୍କୁ ବେଆଇନ ଋଣ ପ୍ରଦାନ ଦ୍ୱାରା ୩୨୧ କୋଟି ଟଙ୍କାର କ୍ଷତି ମାମଲା ଉପରେ ଏହି ସାନି ମାମଲା ଦାଏର ହୋଇଛି। ମାର୍ଚ୍ଚ ୪ ତାରିଖରେ ବ୍ୟାଙ୍କ୍‌ ପକ୍ଷରୁ ହୋଇଥିବା ଏକ ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲାରେ ସିବିଆଇ ନିରବ ମୋଦି, ତାଙ୍କର ଫାୟାର୍‌ ଷ୍ଟାର୍‌ ଡାଏମଣ୍ଡ ଇଣ୍ଟର୍‌ନ୍ୟାସନାଲ୍‌ ଲିମିଟେଡ୍‌ର ତତ୍କାଳୀନବିଭାଗ ଅଧ୍ୟକ୍ଷ ବିପୁଲ୍‌ ଅମ୍ବାନି, ମୁଖ୍ୟ ବିତ୍ତ ବିଭାଗ ଅଧିକାରୀ ରବି ଗୁପ୍ତା, କମ୍ପାନୀର ଅନ୍ୟାନ୍ୟ ନିର୍ଦ୍ଦେଶକ ଏବଂ ଅଧିକାରୀ ତଥା କେତେକ ଅଜଣା ବ୍ୟାଙ୍କ୍‌ କର୍ମଚାରୀଙ୍କ ନାମ ଉଲ୍ଲେଖ କରିଛନ୍ତି। ଏହା ହେଉଛି ସିବିଆଇର ଦ୍ୱିତୀୟ ଏଫ୍‌ଆଇଆର୍‌, ଯେଉଁଥିରେ ନିରବ ମୋଦିର ନାମ ଉଲ୍ଲେଖ ଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories