www.samajalive.in
Sunday, December 7, 2025
14.1 C
Bhubaneswar

ନାମୀ କ୍ରୀଡ଼ାବିତ୍‍ଙ୍କୁ ନେଇ କ୍ରୀଡ଼ା ସାହିତ୍ୟ ମହୋତ୍ସବ ୨ରୁ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ହକି ବିଶ୍ୱକପ ପୂର୍ବରୁ କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ବାତାବରଣ ସୃଷ୍ଟି କରିବାକୁ ଆଗେଇ ଆସିଛି ଇମର୍ଜିିଂ ସ୍ପୋର୍ଟସ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଇମର୍ଜିିଂ ସ୍ପୋର୍ଟସର ମିଳିତ ଆନୁକୂଲ୍ୟରେ ଏସିଆର ସର୍ବବୃହତ୍‍ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ ହୋଟେଲ ମେଫେୟାରରେ ନଭେମ୍ବର ୨ ଓ ୩ରେ ଆୟୋଜନ ହେବ। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବେ।
ଏହି କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଦେଶବିଦେଶର ପ୍ରତିଷ୍ଠିତ କ୍ରୀଡ଼ା ତାରକା, ଭାଷ୍ୟକାର, ସାହିତ୍ୟିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ସାମ୍ବାଦିକ ଓ ଲେଖକ ଯୋଗଦେବେ। ଏଥିରେ ହକି ସମେତ ଦୌଡ଼କୁଦ, କ୍ରିକେଟ, ଜିମ୍ନାଷ୍ଟିକ୍‍ସ ଆଦି ଉପରେ ଆଲୋଚନା ଅନୁଷ୍ଠିତ ହେବ। ଭାରତୀୟ ଆଥ୍‍ଲେଟ୍‍ଙ୍କ ମଧ୍ୟରେ ଜାଭେଲିନ୍‍ ତାରକା ନୀରଜ ଚୋପ୍ରା, ଜିମ୍ନାଷ୍ଟିକ୍‍ସ ତାରକା ଦୀପା କର୍ମକାର, ଅଲିମ୍ପିଆନ ଦୂତି ଚାନ୍ଦ, ଅଲିମ୍ପିଆନ ଦିଲୀପ ତିର୍କୀ, ମଲ୍ଲଯୋଦ୍ଧା ଯୋଗେଶ୍ୱର ଦତ୍ତ, କ୍ରିକେଟର ମହମ୍ମଦ କୈଫ୍‍, ଆକାଶ ଚୋପ୍ରା, ହକି ତାରକା ଧନରାଜ ପିଲ୍ଲେ ପ୍ରମୁଖ ଯୋଗଦେବେ। ବିଦେଶୀଙ୍କ ମଧ୍ୟରେ କାନାଡାର ବିଶ୍ୱପ୍ରସିଦ୍ଧ ଧାବକ ବେନ୍‍ ଜନସନ, ଅଷ୍ଟ୍ରେଲିଆର ପୂର୍ବତନ ସନ୍ତରଣକାରୀ ଷ୍ଟିଫେନ ରାଇସ, ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଜେଫ୍‍ ଥମ୍ପସନ ଯୋଗଦେବେ। ହକି ବିଶ୍ୱକପ ବିଷୟରେ ବାସୁଦେବ ଭାସ୍କରନ, ଧନରାଜ ପିଲ୍ଲେ, ଦିଲୀପ ତିର୍କୀ, ବ୍ରେଣ୍ଟ ଲିଭରମୋର ମତ ରଖିବ। କ୍ରିକେଟ ଉପରେ ମହମ୍ମଦ୍‍ କୈଫ, ଜେଫ୍‍ ଥମ୍ପସନ ଓ ଆକାଶ ଚୋପ୍ରା ମତ ରଖିବେ। ‘ଦି ମେକିଙ୍ଗ ଅଫ ଭୁବନେଶ୍ୱର ଆଜ୍‍ ଏ ସ୍ପୋର୍ଟସ ସିଟି’ ଉପରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ କ୍ରୀଡ଼ା ସଚିବ ବିଶାଳ ଦେବ ମତରଖିବେ। ହକି ବିଶ୍ୱକପ ପୂର୍ବରୁ କ୍ରୀଡ଼ା ସାହିତ୍ୟ ମହୋତ୍ସବ ସହରରେ ବାତାବରଣ ସୃଷ୍ଟିକରିବ ବୋଲି କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories