www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ଘଟଣା : ଏଣିକି ସବୁ ସରକାରୀ ବୈଠକର ସିଧା ପ୍ରସାରଣ

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରାଯିବା ଘଟଣା ପରିପ୍ରେକ୍ଷୀରେ ସରକାର ଏଣିକି ସମସ୍ତ ସରକାରୀ ବୈଠକର ସିଧା ପ୍ରସାରଣ କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଗ୍ରହଣ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ ସରକାରୀ ବୈଠକର ଅଡିଓ ଓ ଭିଡିଓ ପ୍ରସାରଣ ସମ୍ପୃକ୍ତ ବିଭାଗର ୱେବସାଇଟ୍‌ରେ ସିଧା ପ୍ରସାରଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଫେବୃଆରୀ ୧୯ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ମୁଖ୍ୟ ଶାସନ ସଚିବଙ୍କୁ ଆମ ଆଦମୀ ପାର୍ଟିର ଦୁଇଜଣ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଡକାଇଥିବା ଏକ ବୈଠକରେ ଯୋଗଦେବାକୁ ଶାସନ ସଚିବ କେଜରିୱାଲଙ୍କ ବାସଭବନକୁ ଯାଇଥିଲେ। ଏହି ବୈଠକ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଦୁଇ ବିଧାୟକ ମାଡ ମାରିଥିଲେ। ଏହି ଘଟଣାକୁ ନେଇ ଦିଲ୍ଲୀର ଅମଲା ସଂଘ ଓ ସରକାର ମୁହାଁମୁହିଁ ହେବା ସହ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ମାମଲା ଆଧାରରେ ଅଭିଯୁକ୍ତ ଦୁଇ ବିଧାୟକଙ୍କୁ ଗିରଫ କରାଯାଇଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories