www.samajalive.in
Tuesday, December 9, 2025
17.1 C
Bhubaneswar

‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ରେ ଫାତିମା

ଆଦିତ୍ୟ ଚୋପ୍ରା ପ୍ରଯୋଜିତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର ମୁକ୍ତିଲାଭ ପରେ ବିଭିନ୍ନ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି। ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ, ଅମୀର ଖାନ୍‌ଙ୍କ ପ୍ରଶଂସା ସର୍ବାଧିକ ହେଉଥିବାବେଳେ ଦ୍ବିତୀୟ ସ୍ଥାନରେ କ୍ୟାଟ୍ରିନା କେଫ୍ ମଧ୍ୟ ଅଛନ୍ତି। ଏଥିରେ ଅଭିନୟ କରିଥିବା ଫାତିମା ସନା ଶେଖ୍ ମଧ୍ୟ ଇତିମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ। ସେ ଜଣେ ଯୋଦ୍ଧା ଭୂମିକାରେ ଦେଖାଦେବେ। ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ ପରେ ତାଙ୍କ ହାତକୁ ୫ଟି ଭଲ ଅଫର୍ ଆସିଛି। ଅନୁରାଗ ବସୁ ନିର୍ଦେଶିତ ‘ଲାଇଫ୍ ଇନ୍ ଏ ମେଟ୍ରୋ’ରେ ଫାତିମା ମୁଖ୍ୟ ଭୂମିକାରେ ଦେଖାଦେବେ ବୋଲି ଜଣାପଡ଼ିଛି। ପ୍ରଥମେ ଏଇ ଚରିତ୍ର ନିମନ୍ତେ ତାପସୀ ପନ୍ନୁଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସମୟ ଅଭାବ କାରଣରୁ ସେ ସମ୍ମତି ଦେଇନଥିଲେ। ଏଣୁ ନିର୍ଦେଶକ ଅନୁରାଗ ତୁରନ୍ତ ଫାତିମାଙ୍କୁ ପ୍ରସ୍ତାବ ଦେଲେ, ସେ ମଧ୍ୟ ତତ୍‌କ୍ଷଣାତ୍ ହଁ ଭରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories