ଡେସ୍କ: ବଲିଉଡ୍ ଚଳଚ୍ଚିତ୍ର ‘ଫ୍ୟାନ୍’ରେ ଏକ ଗୀତ ବାଦ୍ ପଡ଼ିବାରୁ ଅସନ୍ତୁଷ୍ଟ ଜଣେ ଉପଭୋକ୍ତାଙ୍କୁ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ସହ ମୁକଦ୍ଦମା ଖର୍ଚ୍ଚ ଦେବାକୁ ଜାତୀୟ ଖାଉଟି ବିବାଦ ନିବାରଣ ଆୟୋଗ ଦେଇଥିବା ନିର୍ଦ୍ଦେଶ ବିରୋଧରେ ୟଶରାଜ ଫିଲ୍ମସ୍ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି।
ବିଦେଶରେ ନିଷିଦ୍ଧ ପରେ ଚେତା ପଶିଲା, ସାରା ଦେଶରେ ହେବ ମସଲା ଓ ଶିଶୁ ଖାଦ୍ୟର ପରୀକ୍ଷା
ଜଷ୍ଟିସ ପିଏସ୍ ନରସିଂହ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନସିଡିଆରସି ଆଦେଶକୁ ଖାରଜ କରିଦେଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ଆଫରିନ ଫାତିମା ଜୈଦିଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ କମିଶନଙ୍କ ୨୦୧୭ର ନିର୍ଦ୍ଦେଶକୁ ବଜାୟ ରଖିବା ସହ ୫ ହଜାର ଟଙ୍କା ମକଦ୍ଦମା ଖର୍ଚ୍ଚକୁ ବଜାୟ ରଖିଥିବା ଏନସିଡିଆରସିର ଆଦେଶକୁ ଚ୍ୟାଲେଞ୍ଜ କରି ୟଶରାଜ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସଲମାନ ଖାନଙ୍କ ଘର ଉପରେ ଫାୟାରିଂ ମାମଲା, ୨୮୦ କିମି ଦୂର ନଦୀରୁ ମିଳିଲା ପ୍ରମାଣ
ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ରର ପ୍ରୋମୋ ଦେଖିବା ପରେ ଅଭିଯୋଗକାରୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଏହା ଦେଖିବାକୁ ନିଷ୍ପତ୍ତି ନେଇଥିଲେ। ସିନେମା ହଲକୁ ସିନେମା ଦେଖିବାକୁ ଯିବା ପୂର୍ବରୁ ଜୈଦି ଏବଂ ତାଙ୍କ ପିଲାମାନେ ଯେଉଁ ପ୍ରୋମୋ ଦେଖିଥିଲେ, ସେଥିରେ ‘ଜବରା ଫ୍ୟାନ୍’ ଗୀତ ଥିଲା, କିନ୍ତୁ ଯେତେବେଳେ ସେ ଫିଲ୍ମ ଦେଖିଥିଲେ, ସେତେବେଳେ ଗୀତଟି ନ ଥିଲା ବୋଲି ସେ ଅଭିଯୋଗ କରିଥିଲେ।
ପ୍ରତାରିତ ଅନୁଭବ କରି ଅଭିଯୋଗକାରୀ କ୍ଷତିପୂରଣ ଦାବି କରିବା ସହ ସଂପୃକ୍ତ ଜିଲ୍ଲା ଫୋରମର ଦ୍ୱାରସ୍ଥ ହୋଇଥିଲେ ଓ ଗୀତକୁ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ କରିବା ନେଇ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ଏହି ଅଭିଯୋଗକୁ ଜିଲ୍ଲା ଫୋରମ୍ ଖାରଜ କରିବା ପରେ ସେ ରାଜ୍ୟ ଖାଉଟି ବିବାଦ ନିବାରଣ ଆୟୋଗ, ମହାରାଷ୍ଟ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଥିଲା ଯେ ଫିଲ୍ମର ପ୍ରମୋଶନାଲ ଟ୍ରେଲର ଭାବରେ “ଜବରା ଫ୍ୟାନ” ଗୀତ ପ୍ରଦର୍ଶିତ ହୋଇଥିଲା ଏବଂ ପ୍ରେସ ସାକ୍ଷାତକାର ମାଧ୍ୟମରେ ଜନସାଧାରଣଙ୍କୁ ଏହି ଗୀତଟି ଚଳଚ୍ଚିତ୍ରର ଅଂଶ ହେବ ନାହିଁ ବୋଲି ପ୍ରକାଶ କରାଯାଇଥିଲା।



