www.samajalive.in
Wednesday, December 10, 2025
15.1 C
Bhubaneswar

ଜନ୍ମାଷ୍ଟମୀର ମହତ୍ତ୍ୱ

ଜନ୍ମାଷ୍ଟମୀର ପବର୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ରୂପେ ପାଳନ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହା ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡ଼ିଥାଏ। ପ୍ରାୟ ୫ ହଜାର ବର୍ଷ ପୂର୍ବେ ଏହି ଦିନ ରାତ୍ରି ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ତେଣୁ ଏହି ଜନ୍ମାଷ୍ଟମୀ ଦିନ ଭକ୍ତ ମାନେ ବ୍ରତ ରଖନ୍ତି ଓ ରାତିରେ ମନ୍ଦିରକୁ ଯାଇ ଶ୍ରଦ୍ଧା ସହ ପୂଜାର୍ଚ୍ଚନା କରନ୍ତି। ମଧ୍ୟ ରାତ୍ରି ସମୟରେ କୃଷ୍ଣଙ୍କର ଜନ୍ମକୁ ଉପଲବ୍ଧି କରି ଭକ୍ତ ମାନେ ଶଙ୍ଖ, ଘଣ୍ଟ, ଆଦି ବିଭିନ୍ନ କୃଷ୍ଣ ନାମ ସଙ୍କୀର୍ତ୍ତନ କରିଥାଆନ୍ତି ।
ଜନ୍ମାଷ୍ଟମୀ ଦିନ ଗ୍ରାମ ସହରର ସମସ୍ତ ସ୍ଥାନରେ ଥିବା ମନ୍ଦିରମାନଙ୍କରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ।
କୁହାଯାଏ କୃଷ୍ଣ ଲୀଳାମୟ । ତାଙ୍କର ଲୀଳା ସାଧାରଣ ଲୋକଙ୍କୁ ଅଗୋଚର । କିଏ କେତେ ପ୍ରକାର କୃଷ୍ଣଙ୍କ ଲୀଳାକୁ ବର୍ଣ୍ଣନା କରିଥାଆନ୍ତି । ମାତ୍ର ଏହାର ଗୂଢ ରହସ୍ୟ ସମସ୍ତଙ୍କୁ ଅଜଣା । ଗୋପୀମାନଙ୍କ ରୂପରେ ମୁନି ଋଷିଙ୍କୁ ସାଜୁଯ୍ୟ ମୁକ୍ତି ବା ସର୍ବମୋକ୍ଷ , ଗୋପଳ ବାଳକ ଭାବେ ଦୃଷ୍ଟ ରାକ୍ଷସମାନଙ୍କୁ ବଧକରି ସମାଜର ମଙ୍ଗଳ ସାଧନ, ଦୃଷ୍ଟାତ୍ମାମାନଙ୍କଠାରୁ ମୁକ୍ତି, ବନ୍ଧୁ ପ୍ରେମ, ନାରୀଙ୍କୁ ବସ୍ତ୍ର ପ୍ରଦାନ କରି ଲଜ୍ୟା ନିବାରଣ କରିବା ଏପରି ଅନେକ ଆଲୌକିକ ଲୀଳା ଖେଳା କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ ।
ଯୁଦ୍ଧ କ୍ଷେତ୍ରରେ ହତାଶ ଓ ନିରାଶ ହୋଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟର ପ୍ରକୃତ ଅର୍ଥର ଏପରି ବାଖ୍ୟା କରିଥିଲେ ଯେ ଯାହା ଆଜି ମଧ୍ୟ ସଭିଁଙ୍କୁ ନିଜ କର୍ତ୍ତବ୍ୟକୁ ସଠିକ୍‍ ଭାବେ ବୁଝିବାକୁ ପ୍ରେରଣା ଦେଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories