mission shakti banner

ଚିକିତ୍ସିତ ଅଙ୍ଗନବାଡି କର୍ମୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି

nua o banner
0

ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଗୌରୀଙ୍କୁ ଜିଲା ବିଜେପି ପ୍ରତିନିଧିମାନେ ଭେଟିଛନ୍ତି। ଗତ ୫ ତାରିଖ ସକାଳେ ସଡ଼କ ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀ ଗୌରୀ ନାହକଙ୍କ ବାମ ଗୋଡ଼ କାଟିବାକୁ ପଡିଥିବା ବେଳେ ଡାହାଣ ଗୋଡଟି କାର୍ୟ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।ତାଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ମେଡିକାଲ ଖର୍ଚ୍ଚ ସରକାର ବହନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଦୁର୍ଘଟଣା ଭିଆଇଥିବା ବସଟି ଆଇଆରଇର ହୋଇଥିବାରୁ ଆହତ ଗୌରୀଙ୍କ ଏକମାତ୍ର ଝିଅକୁ ଚାକିରୀ ଦେବାକୁ ଦାବି କରିଛି ଗଞ୍ଜାମ ଜିଲା ବିଜେପି।

Leave A Reply