bjd gruha runa

ଘଡଘଡି ସହ ବର୍ଷା ନେଇ ଏହି ୫ଜିଲ୍ଲାକୁ ସତର୍କତା….

BJD Bijuli 480×75 Mob

ଭୁବନେଶ୍ଵର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆଶ୍ଵସ୍ତି ଦେଲା କାଳବୈଶାଖୀ ବର୍ଷା। ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ଆଜି ସକାଳୁ ଝିପଝିପ ବର୍ଷା ଦେଖିବାକୁ ମିଳିଛି। ୫ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଘଡଘଡି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ଆସନ୍ତା ୯ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.