nua o banner

ଗଣବଳାତ୍କାର ପରେ ନାବାଳିକାକୁ ପୋଡ଼ିଦେଲେ

BSKY banner  750×100
0

ଗୁଆହାଟୀ: ଆସାମର ନାଗାଓଁ ଜିଲାରେ କେତେକ ଦୁର୍ବୃତ୍ତ ଜଣେ ୫ମ ଶ୍ରେଣୀ ଛାତ୍ରୀକୁ ଗଣବଳାତ୍କାର କରିବାପରେ ପୋଡି ମାରିଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତିନିଜଣ ବ୍ୟକ୍ତି ତାକୁ ଗଣବଳାତ୍କାର କରିଥିଲେ। ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ।
ଗୁରୁତର ଅବସ୍ଥାରେ ନାବାଳିକାକୁ ନାଗାଓଁ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଶନିବାର ନାବାଳିକା ଜଣକ ପ୍ରାଣ ହରାଇଥିବା ପ୍ରକାଶ। ପୁଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।

Leave A Reply